ଅନଲାଇନ୍ ଲୁଟ୍ : ଦେଖୁ ଦେଖୁ ଆପଣଙ୍କ ଗାଡି ହୋଇଯିବ ଛୁ

44

vlcsnap-2016-09-02-17h02m38s171କନକ ବ୍ୟୁରୋ : ଆପଣ ଗାଡି ବିକିବାକୁ ଦେଇଥିବା ଅନଲାଇନ ବିଜ୍ଞାପନରୁ ଆପଣଙ୍କ ନମ୍ବର ପାଇବା ପରେ ଫୋନ୍ ଆସିବ। ଆଉ ଦେଖା କରିବା ପରେ କହିବେ ଆମେ ଟେଷ୍ଟ ଡ୍ରାଇଭ କରିବୁ ଓ ତା ପରେ କିଣିବୁ। ଆଉ ଥରେ ଏମାନଙ୍କୁ ବିଶ୍ୱାସ କରି ଗାଡି ଚାବି ଦେବା ପରେ ଏମାନେ ହୋଇଯିବେ ଛୁ। ଏହିଭଳି ଦୁଇ ଅନଲାଇନରେ ଲୁଟୁଥିବା ଦୁଇ ଅପରାଧି ଧରା ପଡିଛନ୍ତି କମିଶନରେଟ ପୋଲିସ ହାତରେ। ତଦନ୍ତରୁ ଏମାନେ ଏକ ଘରୋଇ କଲେଜର ଛାତ୍ର ବୋଲି ଜଣାପଡିଛି।

3ଅପରାଧି ଦ୍ୱୟ ହେଉଛନ୍ତି ଆଫ୍ରୋଜ ଖାନ୍ ଏବଂ ଅତନୁ କୁମାର ଜେନା। ଦୁହେଁ ରାଜଧାନୀର ଏକ ଘରୋଇ କଲେଜର ଛାତ୍ର । ଲୋକପ୍ରିୟ କିଣାବିକା ସାଇଟ୍ ଓଏଲ୍ଏକ୍ସ୍ରେ ଏମାନେ ସାଧାରଣତଃ କଲେଜ ଛାତ୍ର, ବରିଷ୍ଠ ନାଗରିକମାନଙ୍କୁ ଟାର୍ଗେଟ କରୁଥିଲେ । ପ୍ରଥମେ ଲୋକେ ସେମାନଙ୍କ ଗାଡି କିମ୍ବା ମୋବାଇଲ ବିକିବାକୁ ଦେଇଥିବା ବିଜ୍ଞାପନକୁ ଖୋଜି ସେଥିରେ ଥିବା ନମ୍ବରକୁ ଫୋନ୍ କରୁଥିଲେ। ସହଜରେ ବିଶ୍ୱାସ କରିବା ଭଳି କଥା କହି ସେମାନଙ୍କ ପାଖେ ପହଁଚି ଯାଉଥିଲେ। ଆଉ ଗାଡି ଟେଷ୍ଟ ଡ୍ରାଇଭ୍ କରି ଦେଖିବୁ ଓ ତା ପରେ କିଣିବୁ ବୋଲି କହି ଲୁଟ୍ କରୁଥିଲେ।

online lootଗତ କିଛିଦିନ ମଧ୍ୟରେ କଟକ ବାଦାମବାଡି ଏବଂ ମଂଗଳାବାଗ ଥାନାରେ ଏହିପରି କିଛି ଅଭିଯୋଗ ଆସିଥିଲା। ଶେଷରେ ଏହି ଦୁଇ ସ୍ମାର୍ଟ ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ୍ ଜାଲ ବିଛାଇ ଥିଲା। ଲୁଟେରାମାନେ ଗ୍ରାହକମାନଙ୍କୁ ଫୋନ୍ କରୁଥିବା ନମ୍ବରକୁ ଟ୍ରେସ୍ କରି ପୋଲିସ ସେମାନଙ୍କ ଲୋକେସନ୍ ଜାଣିବା ପରେ ବାଦାମବାଡି ଅଂଚଳରୁ ଗିରଫ କରିଥିଲା।

ତେବେ ଅନଲାଇନ ଠକେଇ କରୁଥିବା ଅପରାଧିମାନେ ସାଧାରଣତଃ ଶିକ୍ଷିତ ବର୍ଗର ହୋଇଥିବା ବେଳେ ଅଳ୍ପ ସମୟ ମଧ୍ୟରେ ଅଧିକ ଟଙ୍କା କମାଇବା ଓ ସୈାଖୀନ ଜୀବନ ବିତାଇବା ପାଇଁ ଏପରି ରାସ୍ତା ବାଛିଥାନ୍ତି। ଅନଲାଇନ୍ ଠକେଇ ରୋକିବାକୁ ପୋଲିସ ର ସାଇବର୍ ସେଲ୍ ଶାଖା ଆହୁରି ତତ୍ପର ହେବା ସହ ଅନଲାଇନ୍ କଂପାନୀଗୁଡିକ ମଧ୍ୟ ସାମାଜିକ ଦାୟିତ୍ୱବୋଧ ଦୃଷ୍ଟିରୁ ଏଭଳି ଅଘଟଣ ରୋକିବାକୁ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ଏହା ସହ ଦେଖନ୍ତୁ ଏହି ଭିଡିଓ –