ଅନଲାଇନରେ ଟିକେଟ ବିକ୍ରି କହି ଭଣ୍ଡେଇଦେଲେ । କୁଆଡେ ଗଲା ଟିକେଟ?

ବିନା କୈାଣସି ଟିକେଟ ନଥାଇ ଅନଲାଇନରେ ଟିକେଟ ବିକ୍ରି କରିବାକୁ ଘୋଷଣା କରାଯାଇଥିବା ଅଭିଯୋଗ ରହିଛି । ଜାଣିଶୁଣି ଲୋକଙ୍କ ଧ୍ୟାନ ହଟାଇବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି । କାଳେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ରାଗ ସୃଷ୍ଟି ହେବ. ସେଥିପାଇଁ ଅନଲାଇନ ନାଁରେ ଲୋକଙ୍କୁ ଭଣ୍ଡାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି ।

782

ପୂର୍ବରୁ ଘୋଷଣା କରିଥିଲେ, ୨୦ ତାରିଖ ଅପରାହ୍ନ ୧୨ଟାରେ ଅନଲାଇନରେ ଟିକେଟ ବିକ୍ରି ହେବ । ଅଫଲାଇନରେ ଟିକେଟ ବିକ୍ରି କରାଯିବ ନାହିଁ । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ହେଉଥିବା ଏହି ବିଶ୍ୱସ୍ତରୀୟ କ୍ରୀଡା ପାଇଁ ଲୋକଙ୍କ ମଧ୍ୟରେ ଢେର ଆଗ୍ରହ ଦେଖିବାକୁ ମିଳିଥିଲା । ହେଲେ, ଟିକେଟ ନାଁରେ ଲୋକଙ୍କ ଭାବନା ସହ ଖେଳ ଖେଳାଯାଇଥିବା ଅଭିଯୋଗ ହୋଇଛି ।

୧୨ଟାରେ ଯେତେବେଳେ ଅନଲାଇନରେ ଟିକେଟ ବୁକ୍ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇ ବସିଥିଲେ ଠିକ ସେତିକିବେଳେ ସାଇଟ୍ କ୍ରାସ୍ କରିଯାଇଥିଲା । ଅର୍ଥାତ୍, ଅଧିକାରୁ ଅଧିକ ଲୋକ ଏକା ସମୟରେ ଟିକେଟ ବୁକ୍ କରିବାକୁ ସାଇଟ୍ ଖୋଲିବାରୁ ଏହା କ୍ରାଶ୍ କରିଯାଇଥିଲା ।

ତେବେ ପ୍ରଶ୍ନ ଉଠୁଛି, ଟିକେଟ ବିଶ୍ୱକପ ପାଇଁ ଅଧିକ ଲୋକ ସାଇଟ୍କୁ ଆସିବେ ବୋଲି କଣ ହକି ଇଣ୍ଡିଆ ଜାଣିନଥିଲା? କାହିଁକି ଅନଲାଇନରେ ଭୁବନେଶ୍ୱର ପାଇଁ ୧୨ ହଜାର ଓ କଟକ ପାଇଁ ୩୦ ହଜାର ଟିକେଟ ବିକ୍ରି ହେବ ବୋଲି କୁହାଗଲା? ପ୍ରକୃତରେ ଅନଲାଇନରେ ଟିକେଟ ବିକ୍ରି ହେବାର ଥିଲା ନା କ୍ରୀଡାପ୍ରେମୀଙ୍କ ଭାବନାକୁ ଆଘାତ ଦିଆଗଲା?

କ୍ରୀଡାର ଏହି ମହାକୁମ୍ଭ ଦେଖିବାକୁ ଲୋକଙ୍କ ଭିତରେ ଢେର ଆଗ୍ରହ ରହିଛି । ହେଲେ ଟିକେଟକୁ ନେଇ ସବୁଠାରୁ ବଡ ବିବାଦ ଦେଖିବାକୁ ମିଳିଛି । ଅଫଲାଇନରେ ଟିକେଟ ବିକ୍ରି କରିବାକୁ କହି ପୂର୍ବରୁ ବିବାଦୀୟ ହୋଇଥିବା କ୍ରୀଡା ବିଭାଗ ଏବେ ଅନଲାଇନ ଟିକେଟ ବିକ୍ରିକୁ ନେଇ ମଧ୍ୟ ବିବାଦ ଘେରକୁ ଆସିଛି ।