ଭୁବନେଶ୍ୱରରେ ଜିଏସଟି ନାଁରେ ଅନଲାଇରେ ଠକେଇ ! ଅର୍ଡର ଦେଇଥିଲେ ସାମସଙ୍ଗ ମୋବାଇଲ ଫୋନ, ହେଲେ ଆସିଲା ଧନଲକ୍ଷ୍ମୀ ଯନ୍ତ୍ର

20

କନକ ବ୍ୟୁରୋ : ଜିଏସଟି ପ୍ରଭାବରେ ବଡ ଅନଲାଇନ ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଯୁବକ । ଭୁବନେଶ୍ୱରର ବିକ୍ରାନ୍ତ କୁମାର ଏହି ଠକେଇର ଶିକାର ହୋଇଛନ୍ତି । ବିକ୍ରାନ୍ତଙ୍କ କହିବା ଅନୁସାରେ, ଜିଏସଟି ଲାଗୁ ହେବା ପରେ ସାମସଙ୍ଗ୍ ମୋବାଇଲ୍ ଫୋନ ଶସ୍ତାରେ ମିଳୁଥିବା କହି ତାଙ୍କ ପାଖକୁ ଫୋନ ଆସିଥିଲା । ଫୋନରେ ତାଙ୍କୁ ୯ ହଜାର ଟଙ୍କାର ମୋବାଇଲ ୩ ହଜାର ଟଙ୍କାରେ ମିଳୁଛି ବୋଲି କୁହାଯାଇଥିଲା ।

ଏହାପରେ ସେ ମୋବାଇଲ ଅର୍ଡର କରିଥିଲେ ସଂପୃକ୍ତ କମ୍ପାନୀ କ୍ୟାସ ଅନ ଡେଲଭରିରେ ଟଙ୍କା ଦେବାକୁ କହିଥିଲେ । କିନ୍ତୁ ପାର୍ସଲ ଆସିବା ପରେ ମୋବାଇଲ ବଦଳରେ ବାହାରିଥିଲା ଆଉ କିଛି ଜିନିଷ । ପାର୍ସଲରୁ ବାହାରିଥିଲା କିଛି ମୂର୍ତ୍ତg, କଠଉ ଓ ଧନଲକ୍ଷ୍ମୀ ଯନ୍ତ୍ର । ଏ ନେଇ ବିକ୍ରାନ୍ତ କୁମାର ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।