ଘରେ ବସି ଫୁଡ ସେଫ୍ଟି ଲାଇସେନ୍ସ ପାଇଁ କରିହେବ ଅନଲାଇନ ପଞ୍ଜୀକରଣ

21

କନକ ବ୍ୟୁରୋ : ଏଣିକି ଫୁଡ ସେଫ୍ଟି ଲାଇସେନ୍ସ ପାଇଁ ପଞ୍ଜୀକରଣ ଅନଲାଇନ ମାଧ୍ୟମରେ ହୋଇପାରିବ । ଅନଲାଇନରେ ଏହାକୁ ଉନ୍ମୋଚନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଦୀପ ଅମାତ । ଏହା ଦ୍ୱାରା ଯେତିକି ମାନବ ସମ୍ବଳ ରହିଛି ତାହା ସରଳୀକରଣ ହୋଇପାରିବ । ଯାହାର ଲାଇସେନ୍ସ ଆବଶ୍ୟକ ସେମାନେ ଘରେ ବସି ଅନଲାଇନ ମାଧ୍ୟମରେ ପାଇ ପାରିବେ ।

ଖାଦ୍ୟ ସୁରକ୍ଷା ସାଧାରଣ ଖାଉଟିଙ୍କର ଉପକାରରେ ଆସିବ ଓ ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ସୁବିଧାଜନକ ହେବ । ଯେଉଁ ବ୍ୟବସାୟୀ ମାସିକ ୧୨ ଲକ୍ଷରୁ ଅଧିକ କାରବାର କରୁଥିବେ ସେମାନେ ଲାଇସେନ୍ସ ପାଇପାରିବେ । ପ୍ରଥମ କରି ଡକ୍ଟର ରବୀନ୍ଦ୍ର କୁମାର ଜେନା ଅନ ଳାଇନ ମାଧ୍ୟମରେ ଫୁଡ ସେଫ୍ଟି ଲାଇସେନ୍ସ ପାଇଛନ୍ତି ।