ସିଟିଜେନ ପୋର୍ଟାଲ ବ୍ୟବସ୍ଥା ବିଫଳ : ଅନଲାଇନରେ ଏଫ୍ଆଇଆର୍ ଦେବା ବେଳେ ଅସୁବିଧା ଭୋଗୁଛନ୍ତି ଅଭିଯୋଗକାରୀ

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଡ଼ ସମାରୋହରେ ଗତବର୍ଷ ଅନଲାଇନରେ ଏଫ୍ଆଇଆର୍ ଦେବାର ବ୍ୟବସ୍ଥା ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ସିଟିଜେନ୍ ପୋର୍ଟାଲ୍ ଜରିଆରେ ଲୋକେ ଥାନାକୁ ନ ଯାଇ ଅଭିଯୋଗ, ପ୍ରୋସେସନ୍ ପାଇଁ ଅନୁମତି ଭଳି ବିଭିନ୍ନ କାର୍ଯ୍ୟ କରିପାରିବେ ବୋଲି କୁହାଯାଇଥିଲା । ହେଲେ ଠକେଇର ଶିକାର ହୋଇଥିବା ଅନେକ ବ୍ୟକ୍ତି ଏବେ ଅନଲାଇନରେ ଏଫ୍ଆଇଆର୍ ଦେବାରେ ଅସୁବିଧା ଭୋଗୁଛନ୍ତି ।