କଟକରେ ଆଜିଠାରୁ ହେବ ମଦର ହୋମ୍ ଡେଲିଭରି: ଅନଲାଇନରେ ମଦ ବିକ୍ରି ପାଇଁ ରାଜି ହେଲା କଟକ ମଦ ବ୍ୟବସାୟୀ ସଂଘ; ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ମାନିଲା ସଂଘ

ସେପଟେ ଅନଲାଇନ ସହ କାଂଉଟରରେ ମଦ ବିକ୍ରି ପାଇଁ ଦାବି କଲେ ମଦ ଦୋକାନ ମାଲିକ ସଂଘ

182

କନକ ବ୍ୟୁରୋ: ଆଜିଠାରୁ କଟକରେ ଆରମ୍ଭ ହେବ ଅନଲାଇନ୍ ମଦ ବିକ୍ରି । ହୋମ ଡେଲିଭରୀ ପାଇଁ ମନା କରୁଥିବା କଟକ ମଦ ବ୍ୟବସାୟୀ ସଂଘ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଶେଷରେ ଅନ୍ ଲାଇନ୍ ମଦ ବିକ୍ରି ପାଇଁ ରାଜି ହୋଇଛି । ସକାଳ ୭ଟାରୁ ଗୋଟାଏ ଯାଏ ଅନଲାଇନରେ ବୁକିଂ ହେବ ଏବଂ ପରେ ସନ୍ଧ୍ୟା ୬ଟା ଯାଏ ଡେଲିଭରି ଦିଆଯିବ । ନିଜ ଡେଲିଭରି ବୟ ମାଧ୍ୟମରେ ମଦ ବିକ୍ରି କରିବେ ବ୍ୟବସାୟୀ ।

ଅନଲାଇନରେ ମଦ ଦେବା କଷ୍ଟକର ବୋଲି ପୂର୍ବରୁ ମଦ ଦୋକାନୀ ମାଲିକ ସଂଘ ମତ ରଖିଥିଲା ଏବଂ ଅବକାରୀ ବିଭାଗକୁ ଜଣାଇଥିଲା ଯେ ସେମାନେ ଅନଲାଇନରେ ବ୍ୟବସ୍ଥାରେ ସାମିଲ ହେବେ ନାହିଁ । ଦୋକାନ ଯେମିତି ବନ୍ଦ ଥିଲା ଆଗକୁ ସେମିତି ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା । କିନ୍ତୁ କଟକ ଜିଲ୍ଲାପାଳ, ଅବକାରୀ ଅଧିକ୍ଷକ ଓ ମଦ ଦୋକାନ ମାଲିକ ସଂଘ ମଧ୍ୟରେ ବୈଠକ ପରେ ଅନ୍ଲାଇନ୍ ବିକ୍ରି ପାଇଁ ରାଜି ହୋଇଛନ୍ତି ବ୍ୟବସାୟୀ । ମିଳିଥିବା ସୂଚନା ଅନୁସାରେ ମଦ ଦୋକାନ ଆଗରେ ପୋଲିସ ସୁରକ୍ଷା ଦେବାକୁ ରାଜି ହେବା ପରେ ମଦ ବଦଳାଇଛନ୍ତି କଟକର ମଦ ବ୍ୟବସାୟୀ ।