ଅନଲାଇନରେ ଗାଈ ବିକ୍ରି ! ସରକାରୀ କଟକଣା ଯୋଗୁଁ ଓଏଲଏକ୍ସରେ ବିଜ୍ଞାପନ ଦେଲେ ବ୍ୟବସାୟୀ

43

ଓଏଲଏକ୍ସରେ ବିକ୍ରି ହେଉଛନ୍ତି ଗାଈ । ଗାଈ ମାନଙ୍କର ମୂଲ୍ୟ ୫ ହଜାରରୁ ଆରମ୍ଭ କରି ୨ ଲକ୍ଷ ପର୍ୟ୍ୟନ୍ତ ରହିଛି । ଗୋରୁ ବିକ୍ରି ଉପରେ ସରକାର କଟକଣା ଲାଗୁ କରିବା ପରେ ଏବେ ଡିଜିଟାଲ୍ ଇଣ୍ଡିଆର ସହାୟତା ନେଇଛନ୍ତି ଗୋରୁ ବେପାରୀ । ବାରାଣସୀର ରବି ଶର୍ମା ନିଜର ଏକ ଗାଈକୁ ୭୫, ୦୦୦ ଟଙ୍କାରେ ବିକ୍ରି କରିବା ପାଇଁ ଅନଲାଇନରେ ପୋଷ୍ଟ୍ କରିଛନ୍ତି ।

ଗାଜିପୁରର ଭୀମ ସିଂହ ତାଙ୍କର ଗାଈମାନଙ୍କୁ ଯଥା ଶୀଘ୍ର ବିକ୍ରି କରିବାକୁ ଚାହୁଁଛନ୍ତି । ଏପରିକି ଦରକାର ପଡ଼ିଲେ ଅଧା ଦାମରେ ସେ ଗାଈ ବିକ୍ରି କରିଦେବେ ବୋଲି କହିଛନ୍ତି । କାରଣ ସେ କହନ୍ତି, ଏବେ ଗାଈ ପାଳିବା ଭାରି ବିପଜ୍ଜନକ ।

ତେବେ ଏହା ପୂର୍ବରୁ ଇ-କମର୍ସ ୱେବସାଇଟରେ କାଁ, ଭାଁ ଗୋରୁ ବିକ୍ରି ହେଉ ନ ଥିଲା । କିନ୍ତୁ ଉତ୍ତରପ୍ରଦେଶରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଗୋରକ୍ଷକମାନଙ୍କର ଉତ୍ଥାନ ଯୋଗୁଁ ଅନଲାଇନରେ ଗୋରୁ ବୃଦ୍ଧି ବିକ୍ରୟ ବଢ଼ି ଚାଲିଛି।

ସୌଜନ୍ୟ : ଅମର ଉଜାଲା