ରାଉରକେଲାରେ ଅନଲାଇନ ବେଟିଂ ପର୍ଦ୍ଦାଫାସ : ୩ କୁଖ୍ୟାତ ସଟ୍ଟା ବେପାରୀକୁ ଧରିଲା ପୋଲିସ । ଲ୍ୟାପଟପ , ମୋବାଇଲ ସହ ୧୦ ଲକ୍ଷ ଜବତ

26

କନକ ବ୍ୟୁରୋ : ରାଉରକେଲାରେ ବଡ ଆଇପିଏଲ ବେଟିଙ୍ଗର ପର୍ଦ୍ଦାଫାଶ ହୋଇଛି । ପୋଲିସ ସହରରେ ଚଢାଉ କରି ୩କୁଖ୍ୟାତ ସଟ୍ଟା ବେପାରୀଙ୍କୁ ଗିରଫ କରିଛି । ବେଟିଙ୍ଗ ପାଇଁ ବ୍ୟବହୃତ ୧୦ଲକ୍ଷ ଟଙ୍କା, ୩୩ଟି ମୋବାଇଲ ଫୋନ ସମେତ ଲ୍ୟାପଟପ ଓ କମ୍ପ୍ୟୁଟରକୁ ଜବତ କରିଛି ପୁଲିସ ।

ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନକରି କାଲିଠାରୁ ଚଢାଉ ଜାରି ରଖାଯାଇଥିଲ । । ଅନଲାଇନରେ ଚାଲିଥିବା ଏହି ରାକେଟ ବିଷୟରେ ପୁଲିସକୁ ପୂର୍ବରୁ ସୂଚନା ମିଳିଥିଲା । ତେବେ ଘଟଣା ନେଇ ସବିଶେଷ ସୂଚନା ମିଳିପାରିନାହିଁ । ଏନେଇ ରାଉରକେଲା ପୋଲିସ ଆଜି ସାମ୍ବାଦିକ ସମ୍ମିଳନୀ କରିବ ।