ଓଟିପି ଚୋରି କରି ଆପଣଙ୍କ ବ୍ୟାଙ୍କ ଖାତାରୁ ଏହି ଉପାୟରେ ହେଉଛି ଠକେଇ, ଜାଣନ୍ତୁ ବଂଚିବାର ଉପାୟ

ଅନଲାଇନ ଠକେଇ ମାମଲାରେ ଲଗାତାର ବଢ଼ୁଛି

241

ଅନଲାଇନ ଠକେଇ ମାମଲାରେ ଲଗାତାର ବଢ଼ୁଛି । ଏବେ ଅନଲାଇନ୍ ସପିଙ୍ଗ କରୁଥିବା ସମୟରେ ଦୁଇଟି ପର୍ଯ୍ୟାୟରେ ଅଥେଣ୍ଟିକେସନ୍ ହୋଇଥାଏ । ଓଟିପି ଅର୍ଥାତ୍ ୱାନ ଟାଇମ୍ ପାସୱାର୍ଡ ସିଷ୍ଟମକୁ ସବୁଠାରୁ ସୁରକ୍ଷିତ ଉପାୟ ମନାଯାଏ, କିନ୍ତୁ ବାସ୍ତବରେ ଏମିତି ନୁହେଁ । ନିକଟରେ ହିଁ ଏମିତି ଅନେକ ମାମଲା ସାମନାକୁ ଆସି ସାରିଛି, ଯେଉଁଥିରେ ଠକମାନେ ବ୍ୟାଙ୍କର ଗ୍ରାହକଙ୍କ ଠାରୁ ଅତି ଚାଲାକିରେ ଓଟିପି ମାଗିନେବା କିମ୍ବା ତାଙ୍କ ସ୍ମାର୍ଟଫୋନ୍ ହ୍ୟାକ କରି ଓଟିପି ଚୋରାଇ ନେଇଛନ୍ତି ।

ଏବେ ଚୋରମାନେ ଓଟିପି ହାସଲ କରିବାର ନୂଆ ଉପାୟ ଖୋଜି ନେଇଛନ୍ତି । ସେମାନେ ବ୍ୟାଙ୍କ ଯାଇ ନିଜକୁ ଅସଲି ଖାତାଧାରୀ କହି ପଂଜିକୃତ ଫୋନ୍ ନମ୍ବର ବଦଳାଉଛନ୍ତି । ଥରେ ନମ୍ବର ବଦଳିଯିବାପରେ ଓଟିପି ତାଙ୍କ ମୋବାଇଲକୁ ଆସିଯାଏ ଏବଂ ପରେ କିଛି ସମୟ ପରେ ଆକାଉଣ୍ଟ ଖାଲି ହୋଇଯାଏ ।

ଏମିତି ଏକ ଘଟଣା ସାମନାକୁ ଆସିଛି । ଅପରାଧୀ ଏହି ଉପାୟରେ ୧୧.୫୦ ଲକ୍ଷ ଟଙ୍କା ଚୋରାଇ ନେଲା । ଓଟିପି ଫ୍ରଡ୍ ପାଇଁ ବ୍ୟାଙ୍କରେ ରେଜିଷ୍ଟଡ ମୋବାଇଲ ନମ୍ବର ବଦଳାଇବାର ଟ୍ରେଣ୍ଡ ଚାଲିଛି । ଅନ୍ୟ ଠକେଇ ଉପାୟ ଏହା ଯେ, ମୋବାଇଲ ଅପରେଟର ପାଖରେ ମିଛ ଆଇଡି ପ୍ରମାଣ ଜମା କରି ନକଲି ସିମ୍ ନେଇଥାନ୍ତି । ମୋବାଇଲ ଅପରେଟର ନୂଆ ସିମ୍ ଜାରି କରି ପୁରୁଣା ସିମ୍ କୁ ଡଆକ୍ଟିଭେଟ୍ କରିଦିଏ । ଏହି ପ୍ରକାରରେ ଅପରାଧୀ ପୁଣି ଥରେ ନକଲି ସିମରେ ଓଟିପି ମଗାଇକି ଆକାଉଣ୍ଟ ରୁ ଟଙ୍କା କାଢ଼ି ନିଏ ।

କେମିତି ବଂଚିବେ ଠକାମିରୁ :
• ଆଣ୍ଟି ଭାଇରସ୍ ଓ ନୂଆ ସୁରକ୍ଷା ଉପାୟର ପ୍ରୟୋଗ କରନ୍ତୁ ।
• ନିଜ ପାସୱାର୍ଡକୁ ମଜବୁତ୍ କରନ୍ତୁ ଓ ବଦଳାଉଥାନ୍ତୁ ।
• ଫିଶିଙ୍ଗ ଓ ୱିଶିଙ୍ଗରୁ ସାବଧାନ ରୁହନ୍ତୁ ।
• ବ୍ୟାଙ୍କକୁ ନିଜର ନୂତନ ତଥ୍ୟ ପ୍ରଦାନ କରନ୍ତୁ ।
• ସୁରକ୍ଷିତ ନେଟୱ୍ୱର୍କରୁ ହିଁ ବ୍ୟାଙ୍କ ଆକାଉଣ୍ଟ ଆକ୍ସେସ୍ କରନ୍ତୁ ।