ମହାରାଷ୍ଟ୍ର ପରେ ମଧ୍ୟପ୍ରଦେଶରୁ ଆସିଲା ଅଭାବୀ ବିକ୍ରିର ଚିତ୍ର । ମାତ୍ର ୫୦ ପଇସାରେ ପିଆଜ ଏବଂ ୨ଟଙ୍କାରେ ବିକ୍ରି ହେଉଛି ଅଦା

ରାସ୍ତାରେ ବର୍ଷକର ଅମଳକୁ ଫୋପାଡିଦେଲେ ଚାଷୀ

412

କନକ ବ୍ୟୁରୋ: ପିଆଜ କିଲୋ ମାତ୍ର ୫୦ ପଇସା । ବିଶ୍ୱାସ ନହେଉଥିଲେ ସତ । ମଧ୍ୟପ୍ରଦେଶର ମନ୍ଦସୁର ଜିଲ୍ଳା ନିମଚ ମଣ୍ଡିରେ ପିଆଜ କିଲୋ ପିଛା ମାତ୍ର ୫୦ପଇସାରେ ବିକ୍ରି ହେଉଛି । ଏବଂ ଅଦା କିଲୋ ପିଛା ମାତ୍ର ୨ଟଙ୍କାରେ ବିକ୍ରି ହେଉଥିବାର ଖବର ଏବେ ସାମ୍ନାକୁ ଆସିଛି । ଯାହାର ମୁଖ୍ୟ କାରଣ ହେଉଛି ଅଭାବୀ ବିକ୍ରି । ମଣ୍ଡିରେ ପଡିରହିଛି ବସ୍ତା ବସ୍ତା ପିଆଜ ଆଉ ସରକାର ପିଆଜ ନକିଣିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି କୁହାଯାଉଛି ।

ONION

ଗତବର୍ଷ ମଧ୍ୟପ୍ରଦେଶ ସରକାର କିଲୋପିଛା ୮ଟଙ୍କା ଦରରେ ପିଆଜ କିଣୁଥିଲେ । କିନ୍ତୁ ଚଳିତବର୍ଷ ପିଆଜ ନକିଣିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ଚାଷୀମାନେ ବାଧ୍ୟହୋଇ ପିଆଜକୁ ରାସ୍ତା ଉପରେ ଫୋପାଡି ଦେଇଛନ୍ତି । ମହାରାଷ୍ଟ୍ର ନାସିକରେ ଗତ ଦୁଇ ଦିନ ତଳେ ୧ଟଙ୍କାରେ ପିଆଜ ବିକ୍ରି ହୋଇଥିବା ଖବର ଆସିଥିଲା । ଏପରିକି ଜଣେ ଚାଷୀ ପିଆଜ ବିକ୍ରି ସେଥିରୁ ମିଳିଥିବା ୧୦୬୪ଟଙ୍କାକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ପଠାଇଦେଇଛନ୍ତି ।