ପିଆଜ ଲୁହରେ ଭିଜିବ ପକେଟ ! ଆମଦାନୀ କମୁଥିବାରୁ ୬ରୁ ୧୦ ଟଙ୍କା ବଢିବ ଦର । ଗ୍ରାହକଙ୍କ ମୁଣ୍ଡ ବିନ୍ଧା କଲା ମନ୍ତ୍ରୀଙ୍କ ବୟାନ

968

କନକ ବ୍ୟୁରୋ: ପୁଣି କନ୍ଦାଇବ ପିଆଜ । ଖାଇବା ଥାଳିରୁ ଉଭାନ ହୋଇଯିବ ପିଆଜ । କାରଣ ଆଗକୁ ଆହୁରି ବଢିବ ପିଆଜ ଦର । ପାଖାପାଖି ୬ରୁ ୧୦ ଟଙ୍କା ଦର ବଢିପାରେ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ତେବେ ଆମଦାନୀ କମୁଥିବାରୁ ପିଆଜ ଦର ବଢିପାରେ । ପିଆଜ ଆମଦାନୀ ହେଉଥିବା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଦ୍ରପ୍ରଦେଶରେ ବର୍ଷା ହେଉଥିବାରୁ ପିଆଜ ଦର ବଢୁଛି । ମାତ୍ର ଲୋକଙ୍କୁ ପିଆଜ ଯୋଗାଇଦେବାକୁ ସରକାର ସବୁ ପ୍ରକାର ଚିନ୍ତା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ପିଆଜ ଦର ୬୫ଟଙ୍କା ଥିବା ବେଳେ ଆଗକୁ ଆଉ ୬ରୁ ୧୦ ଟଙ୍କା ବଢିବ । ସେପଟେ ବାତ୍ୟା ଖବର ଶୁଣିବା ପରେ ପରିବାର ଦର ଆକାଶ ଛୁଆଁ ହୋଇଛି । ଆଉ ୟାରି ଭିତରେ କଳାବଜାରୀ ବଢିଛି । ମାତ୍ର କଳାବଜାରୀ ଉପରେ ନଜର ରଖାଯାଇଥିବା ମନ୍ତ୍ରୀ କହିଛନ୍ତି ।

ଆଳୁ କିଲୋ ୨୪ ଟଙ୍କା ହୋଇଥିବା ବେଳେ ବାଇଗଣର କିଲୋ ପ୍ରତି ଦର ରହିଛି ୫୦ ଟଙ୍କା । ସେହିପରି ପୋଟଳ ୬୦ ଟଙ୍କା, ବିଲାତି ୫୦ ଟଙ୍କା,ବନ୍ଧା କୋବି ୩୫ ଟଙ୍କା ଓ ଫୁଲକୋବି ୬୦ ଟଙ୍କା ରହିଛି । ବାତ୍ୟା ଆଳରେ ପରିବା ଦରକୁ ମନଇଛା ବଢାଇଛନ୍ତି ବେପାରୀ ।