କଳାହାଣ୍ଡିରେ ବିଲରେ ସଢୁଛି ପିଆଜ ! ସଂରକ୍ଷଣ ବ୍ୟବସ୍ଥା ନଥିବାରୁ କିଲୋପିଛା ୬ଟଙ୍କାରେ ନେଉଛନ୍ତି ଆନ୍ଧ୍ର ଓ ଛତିଶଗଡ ବ୍ୟବସାୟୀ 

37
କନକ ବ୍ୟୁରୋ : ପିଆଜର ଅଭାବୀ ବିକ୍ରି । କଳାହାଣ୍ଡିରେ ପିଆଜର ଅଭାବୀ ବିକ୍ରି ଯୋଗୁଁ କିଲୋ ପିଛା ୬ ଟଙ୍କାରେ ପିଆଜ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଯେତିକି ପିଆଜ ଉତ୍ପାଦାନ ହେଉଛି ତାକୁ ରଖିବାକୁ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ସ୍ଥାନୀୟ ବ୍ୟବସାୟୀଙ୍କ ଠାରୁ ଆନ୍ଧ୍ର ଓ ଛତିଶଗଡ ବେପାରୀ ପିଆଜ କିଲୋ ପିଛା ୬ଟଙ୍କାରେ ଚାଲାଣ କରୁଛନ୍ତି ।  କେବଳ କଳାହାଣ୍ଡି ଜିଲ୍ଲା ରେ ଚଳିତ ବର୍ଷ ପ୍ରାୟ ୨ ହଜାର ହେକ୍ଟର ପିଆଜ ଚାଷ ହୋଇଛି ।
କିନ୍ତୁ ଏହାର ସଂରକ୍ଷଣ ପାଇଁ କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା ନାହିଁ । ଗତ ବର୍ଷ ଏହାର ସମାଧାନ ପାଇଁ ସରକାର କୋଲଡ ଷ୍ଟୋରେଜ ବ୍ୟବସ୍ଥା ଘୋଷଣା କରିଥିଲେ । ହେଲେ ଏଯାଏ କୋଲଡ ଷ୍ଟୋର ବ୍ୟବସ୍ଥା ହେଲା ନାହିଁ । ପିଆଜ ଆଭାବୀ ବିକ୍ରୀ ରୋକିବା ପାଇଁ ସରକାର ତୁରନ୍ତ ମଣ୍ଡି ର ବ୍ୟବସ୍ଥା କରିବାକୁ ଦାବି ହୋଇଛି । ନହେଲେ ଅମଳ ପିଆଜ ରାଜ୍ୟ ବାହାର କୁ ଚାଲାଣ ପରେ କିଛି ଦିନ ପରେ ସେହି ପିଆଜକୁ ରପ୍ତାନି ପାଇଁ ରାଜ୍ୟକୁ ହାତ ପତେଇବ । ପୁଣି ସାଧାରଣ ଲୋକଙ୍କ ପାଇଁ ପିଆଜ ଦର ଆକାଶ ଛୁଆଁ ହୋଇପାରେ ।