କନ୍ଦାଉଛି ପିଆଜ ! ରାତି ପାହିଲେ ଦର ବଢୁଛି, ଜାଣନ୍ତୁ କେଉଁଠି କେତେ ରହିଛି ପିଆଜ ଦର ।

1,349

କନକ ବ୍ୟୁରୋ : ରାତି ପାହିଲେ ଦର ବଢୁଛି । ପିଆଜ ଦରକୁ ନେଇ ଏବେ ଗ୍ରାହକଙ୍କ ଆଖିରେ ଲୁହ । ଗତ ସପ୍ତାହ ତଳେ ପିଆଜ କିଲୋ ୩୫ ଟଙ୍କା ଥିବା ବେଳେ ଏବେ ୫୦ ଟଙ୍କା ଛୁଇଁଛି ପିଆଜ ଦର । ଖୋଲା ବଜାରରେ ପିଆଜ ୫୦ ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଯାହା ବ୍ୟବସାୟୀ ଓ ଗ୍ରାହକଙ୍କ ମୁଣ୍ଡରେ ଚଡକ ପକାଇଛି । ମହରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ଏବେ ବନ୍ୟା ସ୍ଥିତି ନେଇ ନାସିକରୁ ପିଆଜ ଆମଦାନୀ ହ୍ରାସ ପାଇଛି । ଯାହା ଫଳରେ ଦର ହୁ ହୁ ହୋଇ ବଢିବାରେ ଲାଗିଛି ।

ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପିଆଜ ଦର ଅଲଗା ଅଲଗା ରହିଛି । ଆସନ୍ତୁ ନଜର ପକାଇବା କେଉଁଠି କେତେ ରହିଛି ପିଆଜ ଦର ।

ପାରଳାଖେମୁଣ୍ଡି-୫୦
କୋରାପୁଟ-୫୦
କଟକ-୪୭
ଭୁବନେଶ୍ୱର-୫୦
ବାଲେଶ୍ୱର-୪୫
ବ୍ରହ୍ମପୁର-୪୫
ରାଉରକେଲା-୪୦
କେନ୍ଦୁଝର-୫୦
ଯାଜପୁର-୫୦

ବଲାଙ୍ଗୀର- ୫୦

ସେପଟେ ବର୍ଦ୍ଧିତ ପିଆଜ ଦରକୁ ନେଇ କନକ ନ୍ୟୁଜରେ ରିପୋର୍ଟ ପରେ ଆକ୍ସନ ମୁଡରେ ସରକାର । ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କହିଲେ ନାସିକର ବନ୍ୟା ପାଇଁ ବଢ଼ୁଛି ଦର । ନିୟନ୍ତ୍ରଣ ପାଇଁ ସରକାର ନେଉଛନ୍ତି ପଦକ୍ଷେପ । ଖୁବଶୀଘ୍ର ମିଳିବ ଆଶ୍ୱସ୍ତି । ଗତ ସପ୍ତାହ ତଳେ ପିଆଜ କିଲୋ ୩୫ ଟଙ୍କା ଥିବା ବେଳେ ଏବେ ୫୦ ଟଙ୍କା ଟପିଛି । ଖୋଲା ବଜାରରେ ପିଆଜ ୫୦ ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଏନେଇ ଗତକାଲି କନକ ନ୍ୟୁଜରେ ଏନେଇ ଖବର ପ୍ରସାରଣ ହୋଇଥିଲା । ତେବେ ମୁମ୍ବାଇ ଓ ପୁନେରେ ବର୍ଷା ଯୋଗୁଁ ସମସ୍ୟା ବଢିଥିବା କୁହାଯାଉଛି । ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଥିବାରୁ ନାସିକରୁ ପିଆଜ ଆମଦାନୀ ହ୍ରାସ ପାଇଛି । ଫଳରେ ଦର ହୁ ହୁ ହୋଇ ଦର ବଢିବାରେ ଲାଗିଛି ।

ଏହାସହ ଆନ୍ଧ୍ରପ୍ରଦେଶରୁ ମଧ୍ୟ ପିଆଜ ଓଡିଶାକୁ ଆସିପାରୁନାହିଁ । ଟ୍ରାଫିକ୍ ନିୟମ କଡା ହେବା ପରେ ପିଆଜ ଗାଡି ଆସିବା କମି ଯାଇଛି । କୁହାଯାଉଛି ଓଭର ଲୋଡିଂ ଯାଂଚ ଯୋଗୁଁ ପିଆଜ ଟ୍ରକ୍ ଆସୁନାହାନ୍ତି । ଯାହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ପକେଟ ଉପରେ ପଡିଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପିଆଜ ଦର ଅଲଗା ଅଲଗା ରହିଛି । ସବୁଠି କିନ୍ତୁ ଦର ୪୦ ଉପରେ ରହିଛି ।