ରାଜ୍ୟର କଳାହାଣ୍ଡି ଓ ବଲାଙ୍ଗିରରେ ପିଆଜର ଅଭାବୀ ବିକ୍ରି ନେଇ ଆଜି ସଚିବାଳୟରେ ସମୀକ୍ଷା

30

କନକ ବ୍ୟୁରୋ : ରାଜ୍ୟର କଳାହାଣ୍ଡି ଓ ବଲାଙ୍ଗିରରେ ପିଆଜର ଅଭାବୀ ବିକ୍ରି ନେଇ ଆଜି ସଚିବାଳୟରେ ସମୀକ୍ଷା କରିଛନ୍ତି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଆଜି ଦିନରେ କଳାହାଣ୍ଡିରେ ମଣ୍ଡିରେ ଚାଷୀଙ୍କଠାରୁ ୭ଟଙ୍କା ୬୦ ପଇସାରେ ପିଆଜ କିଣାଯାଉଛି ବୋଲି ସମୀକ୍ଷା ପରେ କହିଛନ୍ତି ଯୋଗାଣ ମନ୍ତ୍ରୀ । ତେବେ ଚାଷୀମାନେ କାହିଁକି କେଜି ପ୍ରତି ୪/୫ ଟଙ୍କାରେ ପିଆଜ ବିକୁଛନ୍ତି ଓ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ତାର ଅନୁସନ୍ଧାନ କରାଯାଉଛି ।

ଏ ନେଇ ମାର୍କଫେଡ୍, ଯୋଗାଣ ବିଭାଗର କର୍ମଚାରୀ ଓ ଉଦ୍ୟାନ କୃଷି ବିଭାଗର ତିନିଜଣିଆ ଅଧିକାରୀ କମିଟି କ୍ଷେତ୍ର ପରିଦର୍ଶନ କରିବେ ଓ ୨୭ ତାରିଖ ସୁଦ୍ଧା ସରକାରଙ୍କୁ ରିପୋର୍ଟ ଦେବେ । ତା’ ପରେ ସରକାର ମାର୍କେଟ୍ ଲିଙ୍କେଜ୍ ନେଇ ପଦକ୍ଷେପ ଘୋଷଣା କରିବେ ବୋଲି ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଛନ୍ତି । ଏଥିସହ ସାରା ଭାରତର ଅନ୍ୟାନ୍ୟ କେତେକ ରାଜ୍ୟ ଭଳି ଓଡ଼ିଶାରେ ପିଆଜ ଦର କେଜି ପ୍ରତି ବର୍ତମାନ ୧୨ରୁ ୧୫ ଟଙ୍କାରେ ବିକ୍ରି ହେଉଛି ବୋଲି ସେ କହିଥିଲେ ।