ପରିବା ବ୍ୟାଗରୁ ପିଆଜ ପର! କିଲେ ପିଆଜ କିଣିବାକୁ କଷ୍ଟ ହେଉଛି । ପିଆଜ ଦେଖିଲେ ପକେଟ୍ କାନ୍ଦୁଛି ।

571

କନକ ବ୍ୟୁରୋ: ପକେଟ ଉପରେ ପିଆଜ ମାଡ । ପିଆଜ ଦରବୃଦ୍ଧି ନେଇ ଖାଉଟିଙ୍କ ମୁଣ୍ଡବ୍ୟଥା ହୋଇଥିବାବେଳେ ଏବେ ପିଆଜ ଦରର ସାଂଘାତିକ ସତ ସାମ୍ନାକୁ ଆସିଛି । ଗତକାଲି ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାର (ଏଫପିଏସ) ବା ଉଚିତ୍ ଦୋକାନରେ ପିଆଜର ଉଚିତ୍ ମୁଲ୍ୟ କେଉଁଠି କେତେ ରହିଛି ସେନେଇ ସରକାର ଦର ତାଲିକା ପ୍ରକାଶ କରିଛନ୍ତି ।

ଦେଖନ୍ତୁ …ଆପଣଙ୍କ ଅଞ୍ଚଳରେ ସରକାରଙ୍କ ମୁତାବକ ପିଆଜର ଉଚିତ୍ ଦୋକାନୀ ମୁଲ୍ୟ…

ଅନ୍ୟପଟେ ସରକାରୀଙ୍କ ପିଆଜ ଦର ତାଲିକା ଏବଂ ବଜାର ମୂଲ୍ୟ ତାଲିକା ମଧ୍ୟରେ ଆକାଶ ପାତାଳ ଫରକ ଦେଖିବାକୁ ମିଳିଛି । ଆଜି କଟକ ଛତ୍ରବଜାରରେ ପିଆଜ କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କଟକର ମୁଖ୍ୟ ବ୍ୟବସାୟୀକ ପେଣ୍ଠସ୍ଥଳ ଭାବେ ପରିଚିତ ଛତ୍ରବଜାରରେ ପିଆଜ ଦର ବୃଦ୍ଧି ପରେ ଅନ୍ୟସ୍ଥାନମାନଙ୍କରେ ମଧ୍ୟ ପିଆଜ ଦର ବଢିବାର ସମ୍ଭାବନା ରହିଛି ।

ଆଉ ସ୍ଥିତି ଏପରିକି ଯେ, କିଲେ ନେବା ଜାଗାରେ ଗ୍ରାହକମାନେ ଅଢେଇଶହ ଗ୍ରାମ କିମ୍ବା ତାଠାରୁ କମ ପିଆଜ କିଣିବାକୁ ପସନ୍ଦ କରୁଛନ୍ତି । ପିଆଜର ଏହି ଅହେତୁକ ଦରବୃଦ୍ଧି ଗତ କିଛି ଦିନ ଧରି ଲାଗି ରହିଛି । ପ୍ରଥମେ କିଲୋ ପିଛା ୮୦ ଟଙ୍କାକୁ ବୃ୍ଦ୍ଧି ପାଇଥିବା ବେଳେ ପରବର୍ତି ସମୟରେ ଏହା ୧୦୦ ଏବଂ ଏବେ ୧୨୦ ଟଙ୍କାରେ ପହଂଚିଛି ପିଆଜ ।