ପିଆଜ ପାଇଁ ଲମ୍ବା ଲାଇନ୍ ! ୩୫ ଟଙ୍କାରେ କଣ୍ଟ୍ରୋଲ ପିଆଜ କିଣିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କଲେ, ଧାଡିରେ ଛିଡା ହୋଇ ପିଆଜ ନେଲେ ଗ୍ରାହକ ।

418

କନକ ବ୍ୟୁରୋ : ପିଆଜ କିଣିବାକୁ ଲାଗିଲା ଲୋକଙ୍କ ଲମ୍ବା ଲାଇନ । କଂଟ୍ରୋଲ ଜରିଆରେ ସରକାର ଯୋଗାଉଥିବା ଦୋକାନରେ ପିଆଜ କିଣିବାକୁ ଲୋକେ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ପାଟଣାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ପିଆଜ ୩୫ ଟଙ୍କାରେ ମିଳୁଥିବାବେଳେ ଡିଲରମାନେ ମୁଣ୍ଡରେ ହେଲମେଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା । କାରଣ ୩୫ ଟଙ୍କାରେ ପିଆଜ କିଣିବାକୁ ଲୋକଙ୍କର ନାହିଁ ନଥିବା ଭିଡ ଜମୁଛି । ଏପରିକି ଗଣ୍ଡଗୋଳର ଚିତ୍ରର ବି ସାମ୍ନାକୁ ଆସୁଛି ।

ଏହାରିଭିତରେ ଡିଲରମାନେ ଯେମିତି ଲୋକଙ୍କ ଆକ୍ରୋଶର ଶୀକାର ନହୁଅନ୍ତି ସେଥିପାଇଁ ଆଗୁଆ ସଜାଗ ହୋଇ ମୁଣ୍ଡରେ ହେଲମେଟ ପିନ୍ଧିଥିବା କହିଛନ୍ତି । ଏଠାରେ କିଲୋ ପିଛା ପିଆଜ ୩୫ଟଙ୍କାରେ ମିଳୁଛି । ଦେଶରେ ପିଆଜ ଦର ପାଟଣା ନଗର ନିଗମର ୮ଟି ୱାର୍ଡରେ ସରକାରଙ୍କ ପକ୍ଷରୁ କାଉଁଟର ଖୋଲାଯାଇ ଲୋକଙ୍କୁ ଶସ୍ତାରେ ପିଆଜ ଯୋଗାଇ ଦିଆଯାଉଛି । ଏହାସହ ସଚ୍ଚିବାଳୟ ସାମ୍ନାରେ ୫ଟି ମୋବାଇଲ ଭ୍ୟାନରେ ଶସ୍ତା ପିଆଜ ବିକ୍ରି କରାଯାଇଛି ।

ରସିଦ ଓ ଡେଲିଭରି କାଉଣ୍ଟର ସାମ୍ନାରେ ଲୋକେ ଲମ୍ବା ଲାଇନରେ ଛିଡା ହୋଇ ରହିଥିବା ଦେଖିବାକୁ ମିଳିଛି । ପିଆଜ କିଣିବାକୁ ଭିଡ଼ ଏତେ ଥିଲା ଯେ ଅଧଘଂଟା ଭିତରେ ଗାଡିରୁ ପିଆଜ ଶେଷ ହୋଇଯାଇଥଲା । ଏହି ଦୃଶ୍ୟ ରହିଥିଲା ଗତକାଲିର । ପ୍ରଥମ ଦିନରେ ୫୨ ହଜାର ଲୋକଙ୍କୁ ଶସ୍ତାରେ ପିଆଜ ମିଳିଥିବା ଜଣାପଡିଛି । ପିଆଜ ପାଇଁ ପ୍ରଥମେ ଲୋକମାନେ ରସିଦ କାଉଣ୍ଟରରେ ଧାଡିରେ ଛିଡା ହୋଇ ମୋବାଇଲ ନମ୍ବର ଦେଇଥିଲେ । ଏହାପରେ ସେମାନଙ୍କୁ ଟୋକନ ମିଳିବା ପରେ ଡେଲିଭରି କାଉଣ୍ଟରରୁ ପ୍ରତ୍ୟେକ ବ୍ୟକ୍ତି ୨ କିଲୋ ପିଆଜ ନେଇଛନ୍ତି । ରସିଦ କାଟିବା ପାଇଁ ୧୦ଟି ଓ ଡେଲିଭରି ପାଇଁ ୧୫ଟି କାଉଣ୍ଟର ଖୋଲାଯାଇଛି ।