ଦଶମ ଏବଂ ଦ୍ୱାଦଶ ପଢିଥିବା ପ୍ରାର୍ଥୀଙ୍କ ପାଇଁ ବଡ ତେଲ କମ୍ପାନୀରେ ବାହାରିଲା ଚାକିରୀ ସୁଯୋଗ ! ମାସିକ ଦରମା ୩୧,୫୦୦ , ଜାଣନ୍ତୁ କିଭଳି କରିବେ ଆବେଦନ । 

557

ଦଶମ , ଦ୍ୱାଦଶ ଏବଂ ଗ୍ରାଜୁଏଟଙ୍କ ପାଇଁ ସବୁଠାରୁ ବଡ ତେଲ କମ୍ପାନୀ ଅଏଲ୍ ଆଣ୍ଡ୍ ନାଚୁରାଲ୍ ଗ୍ୟାସ୍ ଲିମିଟେଡ୍ (ଓଏନଜିସି) ରେ ବିଭିନ୍ନ ପଦବୀରେ ବାହାରିଯାଇଛି ବିଜ୍ଞପ୍ତି । ଜୁନିଅର୍ ସିକ୍ୟୁରିଟି , ସୁପରଭାଇଜର୍ , ଜୁନିଅର୍ ଫାୟର୍ ସୁପରଭାଇଜର୍ , ହେଲଥ ଆଟଣ୍ଡାଣ୍ଟ୍ , ଫାର୍ମାସିଷ୍ଟ , ନର୍ସ ଏବଂ ଡ୍ରାଇଭର୍ ଭଳି ପଦବୀ ପାଇଁ ବିଜ୍ଞପ୍ତି ବାହାରି ଯାଇଛି । ଏଥିପାଇଁ ଆପଣ ଅନଲାଇନ୍ ଆବେଦନ କରିପାରିବେ । କମ୍ପାନୀ ୱେବସାଇଟରେ ଏହାର ସମ୍ପୁର୍ଣ୍ଣ ବିବରଣୀ ଦିଆଯାଇଛି ।

ଏ-୨ ଲେବଲ୍ : ବାସିକ୍ ସାଲାରୀ ୧୨,୦୦୦ ରୁ ନେଇ ୨୭,୦୦୦ ଅର୍ଥାତ୍ ପ୍ରତିମାସରେ ୩୧ ହଜାର ୫୦୦ ପ୍ରତିମାସ ରହିଛି । ଏହାସହ ୩ % ର ବାର୍ଷିକ ଇନକ୍ରିମେଣ୍ଟ୍ , ବାସିକ୍ ସାଲାରୀର ୪୭ % ଅଲାଉନ୍ସ ,ଘରଭଡା ଅଲାଉନ୍ସ ଏବଂ ମହଙ୍ଗା ଭତ୍ତା ମଧ୍ୟ ରହିଛି ।

ଏ-୧ ଲେବଲ୍ : ବାସିକ୍ ସାଲାରୀ ୧୧ ହଜାରରୁ ନେଇ ୨୪ ହଜାର ଭିତରେ ରହିବ । ଅର୍ଥାତ୍ ୨୯ ହଜାର ଟଙ୍କା ପ୍ରତିମାସରେ ଆପଣଙ୍କୁ ମିଳିବ । ଏହାସହ ୩ % ର ବାର୍ଷିକ ଇନକ୍ରିମେଣ୍ଟ୍ , ବାସିକ୍ ସାଲାରୀର ୪୭ % ଅଲାଉନ୍ସ ,ଘରଭଡା ଅଲାଉନ୍ସ ଏବଂ ମହଙ୍ଗା ଭତ୍ତା ମିଳିବ । ପରିବାର ଏବଂ ଆପଣଙ୍କ ଚିକିତ୍ସା ପାଇଁ ସୁବିଧା ସହିତ ଅନ୍ୟପ୍ରକାର ଭତ୍ତା ମଧ୍ୟ ଆପଣଙ୍କୁ ମିଳିବ ।

ଡବ୍ଲ୍ୟୁ-୧  ଲେବଲ୍ : ବାସିକ୍ ସାଲାରୀ ୧୦,୦୦୦ ରୁ ୧୮,୦୦୦ ପର୍ଯ୍ୟନ୍ତ ରହିଥିବାବେଳେ ପ୍ରତିମାସ ୨୬,୫୦୦ ଟଙ୍କା ମିଳିବ । ଏହାସହ ଅନ୍ୟ କାଟେଗୋରୀକୁ ମିଳୁଥିବା ସେବା ଏଥିରେ ମଧ୍ୟ ଉପଲବ୍ଧ ରହିଛି । ତେବେ ଏ-୨ ଲେବଲରେ ୩୦୧ ପଦବୀ,ଏ-୧ ଲେବଲରେ ୪୨୮ ଟି ପଦ ଏବଂ ଡବ୍ଲ୍ୟୁ-୧ ଲେବଲ୍ ରେ ୮ ଟି ପଦରେ ଭ୍ୟାକେନ୍ସି ରହିଛି ।