୧୦ ମିନିଟରେ ଭାରତରୁ ୧୦୦ କୋଟି ଟଙ୍କା ନେଇଗଲା ଚୀନ କମ୍ପାନୀ ।

33

ଏବେ ବଜାରରେ ଏକ ନୂଆ ମୋବାଇଲ “ୱାନ ପ୍ଲସ ସିକ୍ସ” ବେଶ ଲୋକପ୍ରିୟତା ହାସଲ କରିପାରିଛି । ଗତ ସପ୍ତାହରେ ଲଞ୍ଚ କରାଯାଇଥିବା ଏହି ମୋବାଇଲର ଦାମ ରହିଛି ୩୪,୯୯୯ ଟଙ୍କା । ଏହି ସ୍ମାର୍ଟ ଫୋନ ପ୍ରଥମେ ଆମାଜନ ପ୍ରାଇମ ଏବଂ ୱାନ ପ୍ଲସ  କମ୍ୟୁନିଟି ମେମ୍ବର ମାନଙ୍କୁ ଦିଆଯାଇଥିଲା । କିନ୍ତୁ ଏବେ କମ୍ପାନୀର ସୂଚନା ଅନୁଯାୟୀ ବିକ୍ରି ଆରମ୍ଭ ହେବାର ୧୦ ମିନିଟ ମଧ୍ୟରେ ୧୦୦ କୋଟିରୁ ଅଧିକ ଟଙ୍କାର ଫୋନ ବିକ୍ରୟ ହୋଇପାରିଛି ।

ସୂଚନା ଅନୁଯାୟୀ, “ୱାନ ପ୍ଲସ ସିକ୍ସ”ର ବିକ୍ରି ମେ ମାସ ୨୧ ତାରିଖ ମଧ୍ୟାନ୍ନ ୧୨ଟାରେ ଆରମ୍ଭ କରାଯାଇଥିଲା । ବିକ୍ରି ଆରମ୍ଭ ହେବାର ପ୍ରାୟ ୧୦ ମିନିଟ ମଧ୍ୟରେ ୧୦୦ କୋଟି ଟଙ୍କାର ଫୋନ ବିକ୍ରି  ହୋଇପାରିଥିଲା । ତେବେ “ୱାନ ପ୍ଲସ ସିକ୍ସ”ର ପୂର୍ବ ମଡେଲ “ୱାନ ପ୍ଲସ 5t” ଗୋଟେ ଦିନ ବିକ୍ରି ପରେ ୧୦୦ କୋଟି ଟଙ୍କା ଛୁଇଁ ପାରିଥିଲା । କିନ୍ତୁ “ୱାନ ପ୍ଲସ ସିକ୍ସ” ୧୦ ମିନିଟ ମଧ୍ୟରେ ପୂର୍ବ ରେକର୍ଡକୁ କାଟି ନୂଆ ରେକର୍ଡ ତିଆରି କରିପାରିଛି । ଏଥିରୁ ଜଣା ପଡୁଛି ଏହି ସ୍ମାର୍ଟ ଫୋନ ଏକ ଚାଇନା ପ୍ରଡକ୍ଟ ହୋଇଥିବା ସତ୍ୱେ ମଧ୍ୟ ଭାରତୀୟ ଲୋକ ମାନଙ୍କ ମନକୁ କେତେ ମାତ୍ରାରେ ଆକର୍ଷିତ କରିପାରିଛି ।

ଏହି ସ୍ମାର୍ଟ ଫୋନ ସ୍କ୍ରିନ ୬.୨୮ ଇଂଚ ସହ ସମ୍ପୂର୍ଣ୍ଣ ଏଚଡି ଡିସପ୍ଲେ ରହିଛି । ଏହାର ରାମ ୬ଜିବି ଏବଂ ୮ଜିବି ରହିଥିବା ବେଳେ ୬୪ ଜିବି ଏବଂ ୧୨୮ ଜିବିର ଷ୍ଟୋରେଜ ରହିଛି । କେବଳ ସେତିକି ନୁହେଁ ଏହି ସ୍ମାର୍ଟ ଫୋନରେ ଆଣ୍ଡ୍ରଏଡ ୬୩୦ ଜିପିୟୁ ସହିତ ୨.୮ ଜିଏଚଜେଡର ସ୍ପିଡ ପ୍ରୋସେସର ସ୍ନେପଡ୍ରାଗନ ୮୪୫ର ପ୍ରୋସେସର ଦିଆଯାଇଛି । ଖୁବ ଶିଘ୍ର ଚାର୍ଜ ହେବା ପାଇଁ ଏବଂ ଅଧିକ ସମୟ ଚାର୍ଜ ରଖିବା ପାଇଁ ୩,୩୦୦ ଏମଏଏଚର ପାୱାର ବ୍ୟାଟ୍ରି ମଧ୍ୟ ଦିଆଯାଇଛି । ଏହି ସ୍ମାର୍ଟ ଫୋନର କ୍ୟାମେରା ୨୦ ମେଗାପିକ୍ସଲ ଏବଂ ଅନ୍ୟ ଦୁଇ କ୍ୟାମେରା ୧୬ ମେଗାପିକ୍ସଲର ଦିଆଯାଇଛି । “ୱାନ ପ୍ଲସ ସିକ୍ସ” ର ଦୁଇଟି ପ୍ରାଇସ ରହିଛି । ୬ଜିବି/୬୪ଜିବି ପାଇଁ ୩୪,୯୯୯ ଦେବାକୁ ପଡୁଥିବା ବେଳେ ୮ଜିବି/୧୨୮ଜିବି ପାଇଁ ୩୯.୯୯୯ ଟଙ୍କା ମୂଲ୍ୟ ରଖାଯାଇଛି ।