ସାତ ଘଂଟାରେ ସରିବ ଗୋଟିଏ ବର୍ଷ ! ସବୁଠାରୁ ଦ୍ରୁତ ଗ୍ରହର ମିଳିଲା ସନ୍ଧାନ

119

ସାତ ଘଂଟାରେ ସରିଯିବ ଗୋଟିଏ ବର୍ଷ । ଆପଣ ଭାବୁଥିବେ ଯେଉଁଠି ବର୍ଷେ କହିଲେ ୩୬୫ ଦିନ ଅପେକ୍ଷା କରିବାକୁ ପଡେ ସେଠି କିଭଳି ସାତଘଂଟାରେ ଗୋଟିଏ ବର୍ଷ ଶେଷ ହେବ । ତେବେ ଏହା ଆପଣଙ୍କୁ ବିଶ୍ୱାସ ନ ଲାଗିଲେ ବି ସତ । ଆଉ ଏଠାକାର ବାତାବରଣ ବି ବହୁତ ଖରାପ ।

ଆମେ ସାଧାରଣତଃ ବର୍ଷ କହିଲେ ୩୬୫ ଦିନ ବୋଲି ବୁଝିଥାଉ । ଯେଉଁଠି ଗ୍ରୀଷ୍ମ, ବର୍ଷା ଶୀତ , ବସନ୍ତ ଭଳି ଛଅ ଋତୁ ଥାଏ । କିନ୍ତୁ କେପଲର ଟେଲିସ୍କୋପ ଏଭଳି ଏକ ଗ୍ରହ ଉଦ୍ଭାବନକରିଛି ଯେଉଁଠି ସାତ ଘଂଟାରେ ଗୋଟିଏ ବର୍ଷ ଶେଷହେବ । ଏହାକୁ ସ୍ପେସରେ ଦ୍ରୁତତମ ଗ୍ରହ ବୋଲି କୁହାଯାଉଛି । ଏହି ଗ୍ରହର ଗତିପଥର ସମୟ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ? ସୂଚନା ଅନୁସାରେ ଏହି ଗ୍ରହର କକ୍ଷ ଚାରିପଟେ ବୁଲିବାକୁ ମାତ୍ର ୬.୭ ଘଂଟା ଲାଗିବ । ଏହି ଗ୍ରହର ନାମ ଇପିଆଇସି୨୪୬୩୯୩୪୭୪ବି ଓ ଦ୍ୱିତୀୟ ଗ୍ରହର ନାଁ ସି୧୨ପ୧୨୩୪୭୪ବି ।

କେପଲର ହେଉଛି ଗ୍ରହ ଖୋଜୁଥିବା ଗୋଟିଏ ଟେଲିସ୍କୋପ । ସେ ବର୍ତମାନ ପର୍ଯ୍ୟନ୍ତ ୨୩ଶହ ପ୍ଲାନେଟ ଖୋଜିସାରିଛି । ବର୍ତମାନ ପୃଥିବୀ ଗ୍ରହ ନିକଟରେ ଏହି ଗ୍ରହର ସନ୍ଧାନ ମିଳିଥିବା ଜଣାପଡିଛି । ଦୁଇଟି ପ୍ରକ୍ରିୟା ବିଫଳ ହେବାପରେ କେପଲର କେ-୨ ମିଶନ ଆରମ୍ଭ କରିଥିଲା । ବୈଜ୍ଞାନିକଙ୍କ କହିବାନୁସାରେ ଏଠାକାର ପରିବେଶ ଅତ୍ୟନ୍ତ ଖରାପ । ଷ୍ଟେଲର ରେଡିଏସନ ଯୋଗୁ ଏଠାକାର ପରିବେଶ ବିଗିଡିଯାଇଛି । ଏହି ଗ୍ରହର ସ୍ୱତ୍ତ୍ରତା ହେଉଛି ଏହା ପୃଥିବୀ ଗ୍ରହ ଠାରୁ ଛଅ ଗୁଣ ବଡ । ଏଠାରେ ବଡ ବଡ ପଥର ଥିବାର ସନ୍ଧାନ ମିଳିଛି ଯାହା ୭୦ପ୍ରତିଶତ ଆୟାରଲ୍ୟାଣ୍ଡ ଭଳି ।

ଏଠାରେ ଜୀବନ ଧାରଣ ଅସମ୍ଭବ

ଏହି ଗ୍ରହରେ କେତେ ଘଂଟାରେ ଗୋଟିଏ ଦିନ ହେବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ବୈଜ୍ଞାନିକମାନେ ଗବେଷଣାରୁ ଜାଣିପାରିଛନ୍ତି ଏଠାରେ ସାତ ଘଂଟାରେ ଗୋଟିଏ ବର୍ଷ ହେବ । ଏହି ଗ୍ରହର ପରିବେଶ ଓ ଜଳବାୟୁ ଯୋଗୁ ଏଠାରେ ଜୀବନ ଧାରଣ ଅସମ୍ଭବ । ତେବେ ଏବେ ବବ ବୈଜ୍ଞାନିକମାନେ ଏହା ଉପରେ ଅଧିକ ଗବେଷଣା କରୁଛନ୍ତି ।