ଏନକାଉଂଟରକୁ ବର୍ଷେ ! ଆଜିକା ଦିନରେ ଓଡ଼ିଶା ଓ ଆନ୍ଧ୍ର ପୁଲିସର ମିଳିତ ଅପରେସନରେ ନିହତ ହୋଇଥିଲେ ୨୯ ମାଓବାଦୀ

27

କନକ ବ୍ୟୁରୋ: ଗତ ବର୍ଷ ଆଜିର ଦିନରେ ଓଡ଼ିଶା ଓ ଆନ୍ଧ୍ର ପୁଲିସର ସବୁଠୁ ବଡ ଏନକାଉଂଟର ହୋଇଥିଲା । ଯେଉଁଥିରେ ୨୯ଜଣ ମାଓବାଦୀ ନିହତ ହୋଇଥିଲେ । ସୁରକ୍ଷା ବାହୀନିଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଟପ ମାଓ ନେତା । ଲାଲଗଡରେ ଏହାଥିଲା ସୁରକ୍ଷା ବାହୀନିଙ୍କ ସର୍ଜିକାଲ ଷ୍ଟ୍ରାଇକ । ମାଲକାନଗିରିରେ ମାଓ ନିପାତ ପାଇଁ ଓଡ଼ିଶା ଓ ଆନ୍ଧ୍ରର ମିଳିତ ଉଦ୍ୟମରେ ଏହି ଅପରେସନ କରାଯାଇଥିଲା । ଏହି ଘଟଣାକୁ ଆଜି ବର୍ଷେ ପୁରିଛି । ତେବେ ପୁଣି ମାଓ ସଂଗଠନ ସକ୍ରୀୟ ହୋଇଛନ୍ତି । କୁହାଯାଉଛି ଆଜି ପୁଣି ୪ଟି ରାଜ୍ୟର ଶତାଧିକ ମାଓବାଦୀ ଏକାଠି ହେବେ । ରାମାଗୁଡାରେ ମାଓବାଦୀମାନେ ଠୁଳ ହୋଇ ମୃତ ସାଥିଙ୍କ ସ୍ମୃତିଚାରଣ କରିବାର ସମ୍ଭାବନା ରହିଛି ।

ଗୋଟିଏ ପଟେ ଶତାଧିକ ମାଓବାଦେୀ ଏକାଠି ହେବାୀର ସୂଚନା ଅନ୍ୟପଟେ ୨ଦିନ ତଳେ ମାଓବାଦୀଙ୍କ ଲଙ୍କାକାଣ୍ଡ ଯୋଗୁଁ ସମଗ୍ର ବିଚ୍ଛିନ୍ନାଂଚଳରେ ଭୟର ବାତାବରଣ ଲାଗିରହିଛି । ୨ଦିନ ତଳେ ଚିତ୍ରକୋଣ୍ଡା ଲଂଚ ଘାଟଠାରେ ଜଣେ ମୋଟ ଚାଳକଙ୍କୁ ହତ୍ୟା ପରେ ଯବାନଙ୍କ ରାସନ ବୋଝେଇ ମୋଟ ବୋଟକୁ ଲୁଟି ନେଇଥିଲେ ମାଓବାଦୀ । ଏହି ଦୁଇଟି ଘଟଣାକୁ କେନ୍ଦ୍ର କରି ଭୟର ବାତାବରଣ ଲାଗିରହିଥିବାବେଳେ କୌଣସି ମୋଟର ଡଙ୍ଗା ବିଚ୍ଛିନ୍ନାଂଚଳକୁ ଯିବା ପାଇଁ ଭୟ କରୁଛନ୍ତି ।