ୱାନ୍ ଟୁ ୱାନ୍ ର ଅତିଥି ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ପ୍ରଜ୍ଞାନାନନ୍ଦ

37

ଜଗନ୍ନାଥଙ୍କୁ ଛୁଇଁବା ପ୍ରସଙ୍ଗରେ ଚାଲିଛି ବିବାଦ। ନାନା ମୁନିଙ୍କ ନାନା ମତ ଅନୁସାରେ ଏବଂ ଶାସ୍ତ୍ର ଅନୁସାରେ ଜଗନ୍ନାଥଙ୍କୁ ଛୁଇଁବା ପ୍ରସଙ୍ଗରେ ବିଭିନ୍ନ ମତ ପ୍ରକାଶ ପାଉଛି । ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ପ୍ରଜ୍ଞାନାନନ୍ଦଙ୍କ ଯୁକ୍ତି ହେଲା ଦିଅଙ୍କୁ ଛୁଇଁବା ନିଷେଧ । ଦେବତା ସବୁବେଳେ ଉପାସ୍ୟ, ଭକ୍ତ ର ଭଗବାନ ,ଏବଂ ଦେବତାଙ୍କୁ ପୂଜା କରିବା ପାଇଁ କିଛି ନିର୍ଦ୍ଧିଷ୍ଟ ନିୟମ ରହିଛି । ବିଶେଷ କରି ପୁରୀ ଜଗନ୍ନାଥଙ୍କ ପୂଜା କରିବା ପାଇଁ କିଛି ନିର୍ଦ୍ଧିଷ୍ଟ ନିୟମ ରହିଛି । ତାଙ୍କର ପୂଜା ପଦ୍ଧତି ଏବଂ ସେବକ ପରମ୍ପରା ମଧ୍ୟ ଆଉ କୈାଣସି ଯାଗାରେ ଦେଖିବାକୁ ମିଳେନି । ଏବଂ ଠାକୁରଙ୍କୁ କିଏ ଛୁଇଁବେ ଆଉ କିଏ ଛୁଇଁବେ ନାହିଁ ସେ ବିଷୟରେ ମଧ୍ୟ ଶାସ୍ତ୍ରୀୟ ବିଧାନ ରହିଛି । ରଥର ଛାଇକୁ ବି ଡେଇଁ ବା ଶାସ୍ତ୍ର ଅନୁସାରେ ଅପରାଧ । ଏହି ବିସ୍ତୃତ ପ୍ରସଙ୍ଗ ଉପରେ ଦେଖିବା ସ୍ୱାମୀ ପ୍ରଜ୍ଞାନାନନ୍ଦଙ୍କ ସହ ସାକ୍ଷାତକାର କନକ ନ୍ୟୁଜ୍ ର ୱାନ୍ ଟୁ ୱାନ୍ ର ଏହି ଏପିସୋଡରେ :