ୱାନ୍ ଟୁ ୱାନ୍ ର ଅତିଥି ବରିଷ୍ଠ କଂଗ୍ରେସ ନେତା ତଥା ପିସିସିର ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ

17

ବରିଷ୍ଠ କଂଗ୍ରେସ ନେତା ତଥା ପିସିସିର ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକଙ୍କ ଏକ ଲେଖାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିରଂଜନ ପଟ୍ଟନାୟକଙ୍କ ଏହି ଲେଖାର ଗୋଟିଏ ମୂଳମନ୍ତ୍ର ହେଲା ସରକାର ଯେତେବେଳେ ଦୀର୍ଘବର୍ଷ ଧରି ଶାସନ କ୍ଷମତାରେ ରହୁଛନ୍ତି ସେତେବେଳେ ସେହିଶାସନ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି ହେଉଛି । ଧିରେଧିରେ ସରକାର ସ୍ଥାଣୁ ପାଲଟିଯାଉଛନ୍ତି, ସରକାର କିଛି ଅନୁଗତ ଏବଂ ଖାସ୍ ଅନୁଗତଙ୍କ ମଧ୍ୟରେ କିଭଳି ଭାବରେ ସମର୍ଥନ ହାସଲ କରିପାରବେ ସେନେଇ କେବଳ ଫୋକସ୍ କରୁଛନ୍ତି । ଭାରତବର୍ଷର ସମ୍ବିଧାନ ଅନୁସାରେ ନେତାମାନେ ଗାଦି ମାଡିବସୁଛନ୍ତି , କିନ୍ତୁ ଆମେରିକାର କଥା ଯଦି କହିବା ନେତା ଯେତେ ପପୁଲାର ହେଲେ ବି ମାତ୍ର ଦୁଇଟି ଟର୍ମରେ ତାଙ୍କୁ ଗାଦି ଛାଡିବାକୁ ପଡିଥାଏ । ଏହି ପ୍ରସଙ୍ଗକୁ ନେଇ ନିରଂଜନ ପଟ୍ଟନାୟକଙ୍କ ସହ ବିସ୍ତୃତ ସାକ୍ଷାତକାର ଦେଖିପାରିବା ୱାନ୍ ଟୁ ୱାନ୍ ରଏହି ଏପିସୋଡରେ :