ୱାନ୍ ଟୁ ୱାନର ଅତିଥି ଅଭିନେତା କୁନା ତ୍ରିପାଠୀ

51

ବିଗତ କିଛି ଦିନ ହେଲା ଚିଟଫଣ୍ଡ ଏବଂ କାଷ୍ଟିଂକାଉଚ୍ ର କଳାବାଦଲ ଓଡିଆ ଇଣ୍ଡଷ୍ଟ୍ରିରେ ଛାଇ ରହିଛି । ଏହାକୁ ନେଇ ବହୁ ଅଭିନେତା, ପ୍ରଯୋଜକ, ନିର୍ଦେଶକଙ୍କ କଥା ସାମ୍ନାକୁ ଆସିଛି । ନାବାଳିକା କାଷ୍ଟିଂକାଉଚ ମାମଲାରେ କମେଡିଆନ ପପୁ ପମପମଙ୍କ ନାଁ ଉଠିଲା ଏବଂ ତାଙ୍କ ବିରୋଧରେ ସଙ୍ଗୀନ ଦଫାର ଅଭିଯୋଗ ମଧ୍ୟ ଲାଗିଲା ଏବଂ ପରିଶେଷରେ ତାଙ୍କୁ କମିଶନରେଟ୍ ପୁଲିସ ଗିରଫ କଲା । ସବୁବେଳେ କିଛି ଚର୍ଚ୍ଚିତ କଥା ବା କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଥାଏ । ସାରଥୀ ବାବାଙ୍କୁ ନେଇନିର୍ମିତ ହୋଇଥିବା ଚଳଚ୍ଚିତ୍ର ରଙ୍ଗିଲା ବାବା ରେ ଅଭିନେତା କୁନା ତ୍ରିପାଠୀଙ୍କୁ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଭୂମିକାରେ। ଏବେ ପୁଣି ପପୁ ପମପମଙ୍କୁ ନେଇ ନିର୍ମିତ ହୋଇଛି “ଏକ୍ସକ୍ୟୁଜମି କଣ କଲା ସେ ’’। ଚିଟଫଣ୍ଡ ଓ କାଷ୍ଟିଂକାଉଚକୁ ନେଇ ମିଡିଆରେ କିଛିଦିନ ହେଲା ଓଡିଆ ଇଣ୍ଡଷ୍ଟ୍ରି ଚର୍ଚ୍ଚାରେ ରହିଆସିଛି । ଏ ସମ୍ପର୍କରେ ବିସ୍ତୃତ ସାକ୍ଷାତକାର ଦେଖିବା ଅଭିନେତା କୁନା ତ୍ରିପାଠୀଙ୍କ ସହ ୱାନ୍ ଟୁ ୱାନର ଏହି ଏପିସୋଡରେ।