ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା

33

ଭାରତୀୟ ଜନତା ପାର୍ଟିର ମଙ୍ଗୁଆଳ ଧରିବାପରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଜନକଲ୍ୟାଣ ଯାତ୍ରା ଆରମ୍ଭ କରିଛନ୍ତି । ରାଜ୍ୟରେ ବିଜେପି କିପରି ବଡ ଶକ୍ତିଶାଳୀ ଦଳ ହିସାବରେ କାର୍ଯ୍ୟ କରିବ ସେନେଇ ସେ ସର୍ବଦା ଚେଷ୍ଟା ଚଳାଇଛନ୍ତି ଏବଂ ଦଳର କିଛି ତୁଙ୍ଗନେତାଙ୍କ ବିରୋଧର ମଧ୍ୟ ସମ୍ମୁଖୀନ ହୋଇଛନ୍ତି । । ବସନ୍ତ ପଣ୍ଡାଙ୍କୁ ଦଳ ବିଷୟରେ କିଛି ପଚାରିଲେ ସେ କୁହନ୍ତି ଦଳର ସମସ୍ତଙ୍କ ମତ ଗୋଟିଏ, କିନ୍ତୁ ଦେଖିବା ଦୃଷ୍ଟିକୋଣ ଟିକେ ଅଲଗା । ପାର୍ଟିଭିତରେ କନଫ୍ୟୁଜନ କିଛି ନାହିଁ , ସମସ୍ତ ତୁଙ୍ଗନେତା ଏକଜୁଟ୍ ହୋଇ ଦଳରେ କାମ କରୁଛନ୍ତି । ମୁଁ ଯାହା ବି କହୁଛି ରାଜନୀତିର ଉଦ୍ଧ୍ୱର୍ରେ ରହି କହୁଛି । ଭାରତୀୟ ଜନତା ପାର୍ଟି କୁ ସଂଗଠିତ ଏବଂ ଯଶସ୍ୱୀ କରିବା ପାଇଁ ସମସ୍ତଙ୍କ ମତ ଏକମତ । ମୁଁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଏବଂ ଭାରତୀୟ ଜନତା ପାର୍ଟିର ସମସ୍ତ କର୍ମୀଙ୍କ ଦାୟୀତ୍ୱ ମଧ୍ୟ ଏଇୟା ଯେ ସମସ୍ତଙ୍କ ମିଳିତ ଉଦ୍ୟମରେ ଭାରତୀୟ ଜନତା ପାର୍ଟିର ମାନ ପ୍ରତିଷ୍ଠା ହୋଇପାରିବ ।  ଆଜିର ୱାନ୍ ଟୁ ୱାନ ର ଅତିଥି ହେଲେ ବସନ୍ତ ପଣ୍ଡା ଦେଖିବା ତାଙ୍କର ସ୍ୱତନ୍ତ୍ର ସାକ୍ଷାତକାର । :