ଓଲିଉଡର ବର୍ଷୀୟାନ୍ ଅଭିନେତ୍ରୀ ଅପରାଜିତା ମହାନ୍ତି

179

କେବେ ସେ ଉଦଣ୍ଡିସୀତା ତ କେବେ ବଧୂ ନିରୁପମା । ଆଉ ପୁଣି କେତେବେଳେ ସେ ଝିଅ ଟେ ସୀତା ପରି । ଭିନ୍ନ ଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ କରି ଓଲିଉଡରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଆଉ ଦୀର୍ଘ ୩ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟ ଜିଣି ଆସୁଛନ୍ତି । ତେବେ କନକ ନ୍ୟୁଜର ବିଶେଷ କାର୍ଯ୍ୟକ୍ରମ ଅପରାଜିତାର ଉପସ୍ଥାପନା କରୁଛନ୍ତି ଓଲିଉଡର ଏହି ଜଣାଶୁଣା ଅଭିନେତ୍ରୀ ଅପରାଜିତା ମହାନ୍ତି । ଅପରାଜିତା – ଜୀବନ ଯୁଦ୍ଧରେ ହାରି ନଥିବା ମଣିଷଙ୍କ କଥା । ଜୀବନରେ ଏମିତି ସମୟ ଆସେ ଯେତେବେଳେ ମଣିଷ ହାରିଯାଏ । ଆଉ ଏହି ପରିସ୍ଥିତି ଅଭିନେତ୍ରୀ ଅପରାଜିତାଙ୍କ ଜୀବନରେ ମଧ୍ୟ ଆସିଛି । ତେବେ କିପରି ସାମ୍ନା କରନ୍ତି ଏଭଳି ପରିସ୍ଥିତିର ଅପରାଜିତା ! ସମସ୍ତ ପ୍ରକାର ଘଟଣା ଓ ଦୁର୍ଘଟଣା ପରେ ବି ମୁହଁରେ ହସ ଫୁଟାଇ କିପରି ଆସନ୍ତି ଦର୍ଶକଙ୍କ ସାମ୍ନାକୁ ! ଏଭଳି ଅନେକ ପଶ୍ନର ଉତର ଜାଣନ୍ତୁ ଅପରାଜିତାଙ୍କ ମୁହଁରୁ , ୱାନ ଟୁ ୱାନର ଏହି ଏପିସୋଡରେ : –