ଚେହେରା ପାଇଁ ଟନିକ୍ ସାବୁଦାନା ! ଜାଣନ୍ତୁ କିପରି କରିବେ ବ୍ୟବହାର

108

ସାବୁଦାନାରେ କ୍ୟାଲସିୟମ୍ ଏବଂ ଆଇରନ୍ ଭରପୂର ପରିମାଣର ଥାଏ । କେବଳ ସ୍ୱାସ୍ଥ୍ୟ ନୁହେଁ ଚେହରା ପାଇଁ ମଧ୍ୟ ସାବୁଦାନା ଖୁବ୍ ଲାଭଦାୟକ । ଏହାର ନିୟମିତ ବ୍ୟବହାର ଚେହେରାର ଥିବା ଦାଗକୁ ଦୂର କରିବା ସହ ଚମକ ଆଣିଥାଏ । ଏବେ ଜାଣନ୍ତୁ କିପରି କରିବେ ବ୍ୟବହାର ।

• ଅଳ୍ପ ପରିମାଣ ସାବୁଦାନା ନେଇ ଏହାକୁ ଭଲ ଭାବରେ ଗୁଣ୍ଡ କରନ୍ତୁ । ଏହାକୁ କ୍ଷୀରରେ ମିଶାଇ ଏକ ପେଷ୍ଟ ତିଆରି କରି ମୁହଁରେ ଲଗାନ୍ତୁ । ନିୟମିତ ଏପରି କଲେ ତ୍ୱଚାରେ ଚମକ ଆସିଥାଏ ।

• ସାବୁଦାନା ଗୁଣ୍ଡରେ କ୍ଷୀର ଓ ହଳଦୀ ମିଶାଇ ଲଗାଇଲେ ମୁହଁରୁ ଟ୍ୟାନ୍ ଦୂର ହୋଇଥାଏ ।

• ସେହିପରି ସାବୁଦାନା ଗୁଣ୍ଡରେ ମହୁ ବା ଲେମ୍ବୁ ମିଶାଇ ଏହି ପେଷ୍ଟକୁ ଲଗାଇଲେ ମୁହଁରେ ଥିବା ଦାଗ ସବୁଦିନ ପାଇଁ ଲିଭିଯାଇଥାଏ ।

• ସାବୁଦାନା ସହ ଅଲିଭ୍ ଅଏଲ୍ ମିଶାଇ କେଶରେ ଲଗାନ୍ତୁ । ଏପରି ନିୟମିତ ଭାବରେ କଲେ ସମସ୍ତ ପ୍ରକାର କେଶ ସମସ୍ୟାରୁ ମୁକ୍ତି ମିଳିଥାଏ ।

• ସେହିପରି ସାବୁଦାନା ଗୁଣ୍ଡରେ ହଳଦୀ ଏବଂ ଗୋଲାପ ଜଳ ମିଶାଇ ବ୍ରଣ ହୋଇଥିବା ସ୍ଥାନରେ ଲଗାଇଲେ ସବୁଦିନ ପାଇଁ ଏଥିରୁ ମୁକ୍ତି ମିଳିଥାଏ ।

• ସାବୁଦାନା ଗୁଣ୍ଡରେ କିଛି ଚାଉଳ ଗୁଣ୍ଡ କିମ୍ବା ଅଟା ମିଶାଇ ମୁହଁରେ ଲଗାଇଲେ କୁଞ୍ଚନରେଖାରୁ ମୁକ୍ତି ମିଳିଥାଏ ।