ପୂର୍ବତନ ପ୍ରଫେସରଙ୍କ ଏକ ତରଫା ପ୍ରେମ ! ଚାକିରୀ ଚାଲିଗଲା , ହେଲେ ମହିଳା ପ୍ରଫେସରଙ୍କ ପିଛା ଛାଡିଲେନି

33

ଅନେକ ସମୟରେ ଆପଣ ଏକତରଫା ପ୍ରେମର ଖବର ସବୁ ଶୁଣିଥିବେ । ଆଉ ଏହାର କରୁଣ ପରିଣତି ବିଷୟରେ ଅବଗତ ହୋଇଥିବେ । ଏବେ ଏମିତି ଏକ ଖବର ଖୁବ୍ ଚର୍ଚ୍ଚିତ ପାଲଟିଛି । ନବଭାରତ ଟାଇମ୍ସରେ ପ୍ରକାଶିତ ହୋଇଛି ଏହି ଖବର ।

ପ୍ରକାଶିତ ସୂଚନା ଅନୁସାରେ , ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକ ମହିଳା ପ୍ରଫେସରଙ୍କୁ ବାରମ୍ବାର ପିଛା କରିବା ଓ ପର୍ସନାଲ ମେସେଜ କରି ତାଙ୍କୁ ହଇରାଣ କରିବା ଆରୋପରେ ଡିୟୁର ଏହି ପୂର୍ବତନ ପ୍ରଫେସରଙ୍କୁ ଗିରଫ କରାଯାଇଛି । ବୁଧବାର ଦିନ ଏହି ପୂର୍ବତନ ପ୍ରଫେସରଙ୍କୁ ଡିୟୁ ଅଂଚଳରୁ ପୁଲିସ୍ ଧରିଥିଲା । ଏହି ସମୟରେ ଆରୋପି ବହୁତ ହଙ୍ଗାମା କରିଥିଲେ । ଏବଂ ପୁଲିସଙ୍କୁ ଧକ୍କା ଦେଇଥିଲେ । ଆରୋପିଙ୍କର ବୟସ ପାଖାପାଖି ୪୦ ବର୍ଷ ହେବ । ତାଙ୍କ ଉପରେ ଷ୍ଟକିଂ ( ଲୁଚି ଲୁଚି ପିଛା କରିବା)ର ୪ଟି କେସ୍ ଫାଇଲ୍ ହୋଇଛି । ଏହାପୂର୍ବରୁ ୨୦୧୪ ରୁ ୨୦୧୫ ମସିହା ମଧ୍ୟରେ ୩ଟି ମାମଲାରେ ମଧ୍ୟ ସେ ଏହି ମହିଳା ପ୍ରଫେସରଙ୍କୁ ଷ୍ଟକିଂ ମାମଲାରେ ଜେଲ୍ ଯାଇଥିଲେ । ଅଫିସରଙ୍କ କହିବା ହେଲା ଏହା ଗୋଟିଏ ଏକ ତରଫା ପ୍ରେମ ମାମଲା । ଆରୋପିର ବ୍ୟବହାରରୁ ଜଣାପଡୁଛି ସେ ଜଣେ ସାଇକୋ ଭଳି ଲାଗୁଛନ୍ତି । ଷ୍ଟକିଂ କାରଣରୁ ତାଙ୍କର ଚାକିରୀ ମଧ୍ୟ ଚାଲିଯାଇଛି ।

ପୁଲିସ୍ ସୂଚନା ଅନୁସାରେ , ପୂର୍ବତନ ପ୍ରଫେସରଙ୍କ ବିରୋଧରେ ମୈରିସ୍ ନଗର ଥାନାରେ ଏତଲା ଦିଆଯାଇଛି । ପୀଡିତା ଡିୟୁର ଏକ କଲେଜରେ ଆସୋସିଏଟ୍ ପ୍ରଫେସର । ଆରୋପି ପ୍ରଫେସର ୨୦୧୫ରେ ଏହି ମହିଳା ପ୍ରଫେସରଙ୍କୁ ପିଛା କରିବା ମାମଲାରେ ଲକ୍ଷ୍ମୀବାଈ କଲେଜରୁ ବାହାର କରିଦିଆଯାଇଥିଲା । ପୀଡିତା ଅବିବାହିତ ଅଛନ୍ତି । ପୂର୍ବତନ ପ୍ରଫେସର ତାଙ୍କୁ ଅନେକ ବର୍ଷରୁ ହଇରାଣ କରିଆସୁଛନ୍ତି । ଗତ କିଛି ବର୍ଷରୁ ସେ ତାଙ୍କର ଲଗାତାର ପିଛା କରୁଛନ୍ତି , ଫୋନ୍ କରୁଛନ୍ତି, ମେସେଜ ମଧ୍ୟ ପଠାଉଛନ୍ତି । ଆରୋପିଙ୍କର ଏପରି କାମରେ ମହିଳା ପ୍ରଫେସର ଜଣକ ଖୁବ୍ ମାନସିକ ଚିନ୍ତାରେ ପଡିଛନ୍ତି । ଆରୋପି ଜଣକ ଅନେକ ଥର ଆପତ୍ତିଜନକ ବ୍ୟବହାର ମଧ୍ୟ କରିିଛନ୍ତି ।

ସେହି ଆରୋପି ଓ ମହିଳା ପ୍ରଫେସରଙ୍କ ସାକ୍ଷାତ୍ ଡିୟୁରେ ହୋଇଥିଲା । ଏହାପରେ ଆରୋପି ତାଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଥିଲେ । ପୀଡିତ ମହିଳାଙ୍କ ଅଭିଯୋଗରେ ଆରୋପି ବିରୋଧରେ ୨୦୧୪ରେ ମୈରିସ୍ ନଗର ଥାନାରେ କେସ୍ ଦାଖଲ ହୋଇଥିଲା । ସେ ଜେଲ୍ ଯାଇଥିଲେ । ଜେଲରୁ ବାହାରି ପୁଣି ସେ ଏହି କାମ କଲେ । ପୁଣି ମହିଳା ପ୍ରଫେସରଙ୍କ ପିଛା କଲେ ।

(ସୌଜନ୍ୟ- ନବଭାରତ ଟାଇମ୍ସ)