ପିଲା ଚୋରି ଗୁଜବର କରୁଣ ପରିଣତି ! ମୟୁରଭଞ୍ଜରେ ଅଜଣା ଯୁବକଙ୍କୁ ପିଟି ପିଟି ମାରିଦେଲେ ଲୋକେ

38

କନକ ବ୍ୟୁରୋ : କାମ କରୁନାହିଁ ସଚେତନତା । ଗୁଜବ ଖେଳାଇଛି ଆତଙ୍କ । ପିଲାଚୋର ଗୁଜବର ପରିଣତି କେତେ ଭୟଙ୍କର ତାର ପରିଣତି ଦୁଇଟି ସ୍ଥାନରେ ଦେଖିବାକୁ ମିଳିଛି କରଞ୍ଜିଆ ଓ ରେମୁଣାରେ । ପିଲାଚୋର ସନ୍ଦେହରେ ମୟୁରଭଞ୍ଜ କରଞ୍ଜିଆ ଅଂଚଳରେ ଜଣେ ଅଜଣା ଯୁବକଙ୍କୁ ଲୋକେ ପିଟି ପଟି ମାରିଦେଇଛନ୍ତି । ଏହି ଘଟଣା କରଞ୍ଜିଆ ଓ ଏହାର ଆଖପାଖ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଘଟଣା ଘଟିଛି କରଞ୍ଜିଆର ରାମଚନ୍ଦ୍ରପୁର ଅଂଚଳରେ ।

ଖବର ଅନୁସାରେ, ମତା ଜଙ୍ଗଲରେ କିଛି ଅଜଣା ବ୍ୟକ୍ତି ବୁଲୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ପରେ ସେମାନେ ଅନ୍ୟ କିଛି ଲୋକଙ୍କୁ ଧରି ଜଙ୍ଗଲ ଘେରାଉ କରିଥିଲେ । ବହୁ ଖୋଜାଖୋଜି ପରେ ଦୁଇ ଅଜଣା ବ୍ୟକ୍ତିଙ୍କୁ ଠାବ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଖସି ପଳାଇଥିଲା । ଅନ୍ୟ ଜଣେ ଯୁବକ ସନ୍ତୋଷଜନକ ଉତର ଦେଇନପାରିବାରୁ ଲୋକେ ତାଙ୍କୁ ମାଡ ମାରିଥିଲେ । ଏଥିରେ ଯୁବକଙ୍କ ପ୍ରାଣହାନି ଘଟିଥିଲା । ପରେ ଗାଁ ଲୋକେ ଶବକୁ ଗାଁ ପାଖ ପଡିଆରେ ପକାଇ ଦେଇଥିବା ଅନୁମାନ କରାଯାଉଛି ।

ଅନ୍ୟପଟେ ବାଲେଶ୍ୱର ରେମୁଣା ଥାନା ମନ୍ଦାରପୁର ଅଂଚଳରେ ମଧ୍ୟ ଜଣେ ମହିଳାଙ୍କୁ ମଧ୍ୟ ପିଲାଚୋର ସନ୍ଦେହରେ ଗଛରେ ବାନ୍ଧି ନିସ୍ତୁକ ମାଡ ମରାଯାଇଛି । ପୋଲିସ ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରିଛି । ମହିଳାଜଣକ କିଛି ଦିନ ହେଲା ମନ୍ଦାରପୁର ଓ ରେମୁଣା ବଜାରରେ ବୁଲୁଥିବା ଲୋକେ ଦେଖିଛନ୍ତି ।