ବଲିଉଡରେ ଡେବ୍ୟୁ କରିବେ ଆଉ ଜଣେ ପାକିସ୍ତାନୀ ଅଭିନେତ୍ରୀ ସବା କମର !

34

ବଲିଉଡରେ ଡେବ୍ୟୁ କରିଛନ୍ତି ଆଉଜଣେ ପାକିସ୍ତାନୀ ଅଭିନେତ୍ରୀ ସବା କମର । ଆଗାମୀ ଡ୍ରାମାଟିକ ସିନେମା ‘ହିନ୍ଦୀ ମିଡିୟମ’ରେ ଇରଫାନ ଖାନଙ୍କ ବିପକ୍ଷରେ ନଜର ଆସିବେ ଏହି ପାକ୍ ବ୍ୟୁଟି । ସିନେମାରେ ଜଣେ ମା’ ଭୂମିକାରେ ସବାଙ୍କ ଅଭିନୟ ରହିଛି । ଯିଏକି ନିଜ ଝିଅକୁ ଇଲିଂସ ମିଡିୟମରେ ପାଠ ପଢାଇବା ପାଇଁ କି କି କସରତ କରୁଛନ୍ତି ଏହା ସିନେମାରେ ଦର୍ଶାଯାଇଛି ।

ଅନ୍ୟପଟେ ସବାଙ୍କୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ଇରଫାନ । ସବା ଜଣେ ଦକ୍ଷ ଅଭିନେତ୍ରୀ । ସିନମାରେ ସବାଙ୍କ ଆର୍କଷଣୀୟ ଅଭିନୟ ପ୍ରଶଂସକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଇରଫାନ ଆଶା ରଖିଛନ୍ତି । ଚଳିତ ମାସରେ ପରଦାକୁ ଆସୁଛି ସିନେମା ‘ହିନ୍ଦୀ ମିଡିୟମ’ । ବିଜ୍ଞାପନରେ ଦେଖିବା ପରେ ଇରଫାନ ତାଙ୍କୁ ବଲିଉଡ ବ୍ରେକ ଦେଇଥିଲେ ।