ସୁଭାଷ ବୋଷଙ୍କ ଛବି ଥିବା ନୋଟର ଦାମ ୧ ଲକ୍ଷ ଟଙ୍କା !

79

କନକ ବ୍ୟୁରୋ : ଭାରତର ସ୍ୱାଧୀନତା ଦିଗରେ ସୁଭାଷ ବୋଷ ଅନେକ କାମ କରିଥିଲେ । ଇଂରେଜ ମାନଙ୍କର ଅତ୍ୟାଚାରରୁ ବଚିଂବା ପାଇଁ ଦେଶରେ ଲୋକମାନଙ୍କୁ ସେ ସଚେତନତା କରାଇବା ସହ କିପରି ଭାବରେ ଦେଶ ସ୍ୱାଧୀନ ହେବ ସେନେଇ ଅନେକ ପଦକ୍ଷେପ ନେଇଥିଲେ । ଯାହା ପାଇଁ ଆଜି ବି ସାରା ଦେଶ ତାଙ୍କ ପାଖରେ ଋଣୀ । ତେବେ ମିଳିଥିବା ସୂଚନା ଅନୁସାରେ ଦେଶର ବୀରପୁତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ବରେ ଆଜାଦ ହିନ୍ଦ ସରକାର ଗଠନ ହୋଇଥିଲା । ଭାରତର ସ୍ବାଧୀନତା ପୂର୍ବରୁ ସେ ଅକ୍ଟୋବର ୨୧, ୧୯୪୩ରେ ସିଙ୍ଗାପୁରରେ ଅସ୍ଥାୟୀ ସରକାର ଗଠନ କରିଥିଲେ । ଗତକାଲି ତାହାର ୭୫ତମ ବର୍ଷ ପୂରଣ ହୋଇଛି ।

ଉକ୍ତ ଅସ୍ଥାୟୀ ସରକାରକୁ ଜର୍ମାନୀ, ଜାପାନ, ଚୀନ, ଇଟାଲୀ, ଆୟାରଲ୍ୟାଣ୍ଡ ଓ ଫିଲିପାଇନ୍ସ ପରି ଦେଶ ମାନ୍ୟତା ଦେଇଥିଲେ । ନେତାଜୀ ବିଶ୍ବାସ କରୁଥିଲେ ଯେ ଇଂରେଜ ଶାସନ ବିରୋଧରେ କେବଳ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ହିଁ ଲଢେଇ କରି ହେବ ଏବଂ ଏହା ଦ୍ବାରା ଦେଶକୁ ବ୍ରିଟିଶ ଶାସନରୁ ମୁକ୍ତ କରି ହେବ ।

 

 

୧୯୨୧ରେ ସେ ପ୍ରଶାସନିକ ସେବା ଛାଡି ଦେଶ ସ୍ବାଧୀନତା ଦିଗରେ ମନ ବଳାଇଥିଲେ । ସେ ପ୍ରାଥମିକ ଭାବେ କଂଗ୍ରେସରେ ଯୋଗ ଦେଇଥିଲେ । ସେ ମଧ୍ୟ କଂଗ୍ରେସର ଅଧ୍ୟକ୍ଷ ରହିଥିଲେ । ତାଙ୍କ ଉଗ୍ର ଚିନ୍ତାଧାରା ଯୋଗୁଁ ଦେଶର ଯୁବବର୍ଗଙ୍କ ତାଙ୍କୁ ବ୍ୟାପକ ସମର୍ଥନ ମଧ୍ୟ କରିଥିଲେ ।

ପରେ ସେ କଂଗ୍ରେସ ସହ ବିଚାରଗତ ମତଭେଦ ଯୋଗୁଁ ଦଳ ଛାଡି ନିଜେ ଫରୱାର୍ଡ ବ୍ଲକ ନାମକ ଦଳ ଗଠନ କରିଥିଲେ । ସେ ଦେଶର ଯୁବବର୍ଗଙ୍କ ପାଇଁ ନାରା ଦେଇ କହିଥିଲେ ଯେ “ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି ।” ଦେଶ ସ୍ବାଧୀନତାରେ ଆଜାଦ ହିନ୍ଦ ଫୌଜର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ବୋଷ ବିଭିନ୍ନ ଦେଶରୁ ସମର୍ଥନ ଲାଭ କରି ସିଙ୍ଗାପୁରରେ ୧୯୪୩ରେ ଆଜାଦ ହିନ୍ଦ ସରକାର ଗଠନ କରିଥିଲେ । ଏହି ସରକାରକୁ ୧୧ଟି ଦେଶ ମାନ୍ୟତା ଦେଇଥିଲେ ।

 

ଆଜାଦ ହିନ୍ଦ ସରକାର ଛପାଇଥିଲା ୧ ଲକ୍ଷ ଟଙ୍କାର ନୋଟ

ଆଜାଦ ହିନ୍ଦ ସରକାରଙ୍କ ନିଜର ବ୍ୟାଙ୍କ ଥିଲା । ଯାହାର ନାମ ଆଜାଦ ହିନ୍ଦ ବ୍ୟାଙ୍କ ଥିଲା । ଏହାର ସ୍ଥାପନା ୧୯୪୩ରେ ହୋଇଥିଲା । ଏହାକୁ ବହୁ ଦେଶ ସମର୍ଥନ କରିଥଲେ । ଏହି ବ୍ୟାଙ୍କରେ ୧୦ ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋଟ ଜାରି କରିଥଲା । ୧ ଲକ୍ଷ ଟଙ୍କାର ନୋଟରେ ସୁଭାଷ ଚନ୍ଦ୍ର ବୋଷଙ୍କ ଛବି ଛପା ଯାଇଥିଲା ।