୨୦୨୦ ଜୁନ୍ ୩୦ ସୁଦ୍ଧା ଦେଶରେ ଲାଗୁ ହେବ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା’ । କୁପୋଷଣ ନିରାକରଣ ଯୋଜନାରେ ସାମିଲ ହେବେ ଓଡ଼ିଶା ସମେତ ୧୫ଟି ରାଜ୍ୟ

୩୦ ଜୁନ ୨୦୨୦ ସୁଦ୍ଧା ସାରା ଭାରତରେ “ଏକ ରାଷ୍ଟ୍ର-ଏକ ରାସନ କାର୍ଡ” ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

435

କନକ ବ୍ୟୁରୋ: ଆସନ୍ତା ୩୦ ଜୁନ ୨୦୨୦ ସୁଦ୍ଧା ସାରା ଭାରତରେ “ଏକ ରାଷ୍ଟ୍ର-ଏକ ରାସନ କାର୍ଡ” ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ । ପାଶ୍ୱାନ କହିଛନ୍ତି ଯେ ସାରା ଦେଶରେ ସମସ୍ତ ରାସନ କାର୍ଡକୁ ଆଧାର କାର୍ଡ ସହ ଯୋଡ଼ିବା ଏବଂ ପଏଂଟ ଅଫ ସେଲ (ପିଓଏସ) ଜରିଆରେ ସମଗ୍ର ଖାଦ୍ୟ ଶସ୍ୟ ବଂଟନ ବ୍ୟବସ୍ଥାକୁ ସଂଗଠିତ କରିବା କାର୍ଯ୍ୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି ।

Ration cardବର୍ତମାନ ୧୦ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଗୁଜରାଟ, ହରିଆଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତେଲଙ୍ଗାନା ଓ ତ୍ରିପୁରାରେ ଖାଦଶସ୍ୟ ବଂଟନ ପାଇଁ ଶତପ୍ରତିଶତ ପିଓଏସ ମେସିନ ବ୍ୟବସ୍ଥା କରାଯିବା ସହିତ ଏଠାକାର ସବୁ ପିଡିଏସ ଦୋକାନରେ ଇଂଟରନେଟ ସଂଯୋଗ କାର୍ଯ୍ୟ ଶେଷ ହୋଇଛି । ବର୍ତମାନ ଏହି ରାଜ୍ୟଗୁଡ଼ିକରେ ଜଣେ ହିତାଧିକାରୀ ରାଜ୍ୟର ଯେକୌଣସି ସ୍ଥାନରେ ଥିବା ସାଧାରଣ ବଂଟନ ବ୍ୟବସ୍ଥା କେନ୍ଦ୍ରରୁ ଖାଦ୍ୟ ଶସ୍ୟ ନେଇପାରିବେ ।

ration cardଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା, ଗୁଜରାଟ ଓ ମହାରାଷ୍ଟ୍ରର ହିତାଧିକାରୀମାନେ ପରସ୍ପରର ରାଜ୍ୟରେ ଥିବା ଯେକୌଣସି ପିଡିଏସ କେନ୍ଦ୍ରରୁ ଯେପରି ସାମଗ୍ରୀ ପାଇପାରିବେ ସେ ବ୍ୟବସ୍ଥା କରାଯାଉଛି । କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ “ଏକ ରାଷ୍ଟ୍ର ଏକ ରାସନ କାର୍ଡ” ଯୋଜନା କାର‌୍ୟ୍ୟକାରୀ କରିବା ଲାଗି ଯୁଦ୍ଧକାଳୀନ ଭିତିରେ କାମ କରାଯାଉଛି । ଏଥିପାଇଁ ସମସ୍ତ ରାସନ କାର୍ଡ ତଥ୍ୟକୁ ଗୋଟିଏ ସର୍ଭରରେ ସଂରକ୍ଷିତ କରି ରଖାଯିବ । ଫଳରେ ୩୦ ଜୁନ ୨୦୨୦ ସୁଦ୍ଧା ଦେଶର ଯେକୌଣସି ସ୍ଥାନରେ ଥିବା ପିଡିଏସ କେନ୍ଦ୍ରରୁ ଜଣେ ହିତାଧିକାରୀ ନିଜର ଖାଦ୍ୟଶସ୍ୟ ପାଇପାରିବେ ।

Ration card holdersଏଫସିଆଇ ପକ୍ଷରୁ ୫୬୩ଟି ଭଣ୍ଡାର ଏବଂ ସିଡବ୍ଲସି ପକ୍ଷରୁ ୧୪୪ଟି ଡିପୋରେ ଡିପୋ ଅନଲାଇନ ସିଷ୍ଟମ କାର‌୍ୟ୍ୟକାରୀ କରାଯାଇଛି । ଏହାଛଡ଼ା, ଏଫସିଆଇ ଦ୍ୱାରା ସଂଗ୍ରହ କରାଯାଉଥିବା ଖାଦ୍ୟଶସ୍ୟର ତଥ୍ୟକୁ ଅନଲାଇନ କରାଯାଇଛି । ଅନ୍ୟପଟେ ଅଧିକାଂଶ ରାଜ୍ୟରେ କ୍ରୟ, ଭଣ୍ଡାରଣ ଏବଂ ବଂଟନ ବ୍ୟବସ୍ଥାକୁ ଅନଲାଇନ କରାଯାଇଛି ।

କୁପୋଷଣ ସମସ୍ୟାର ସମାଧାନ ପାଇଁ ପାଇଲଟ ଯୋଜନାକୁ ୨୦୧୯-୨୦ ଆର୍ଥିକ ବର୍ଷ ଠାରୁ ପ୍ରାରମ୍ଭିକ ତିନି ବର୍ଷର ଅବଧି ଲାଗି ୧୪୭.୬୧ କୋଟି ଟଙ୍କାର ମୋଟ ବଜେଟ ବ୍ୟୟବରାଦ ସହିତ ଅନୁମତି ଦିଆଯାଇଛି । ଭାରତ ସରକାରଙ୍କ ଦ୍ୱାରା ଉତର-ପୂର୍ବାଂଚଳ, ପାର୍ବତ୍ୟ ଏବଂ ଦ୍ୱୀପାଂଚଳ ରାଜ୍ୟଗୁଡ଼ିକ ପାଇଁ ୯୦:୧୦ରେ ଏବଂ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ୭୫:୨୫ ଆଧାରରେ ପାଇଲଟ ଯୋଜନା ଲାଗି ଅର୍ଥ ଯୋଗାଣ କରାଯିବ ।