ନିଆଳି : ଅଜଣା ଜୀବର ଆକ୍ରମଣରେ ପୁଣି ଏକ ମେଣ୍ଢା ମୃତ

31

କନକ ବ୍ୟୁରୋ : ନିଆଳିରେ ଅଜଣା ଜୀବର ଆତଙ୍କ ଜାରି । ଅଜଣା ଜୀବର ଆକ୍ରମଣରେ ପୁଣି ହୋଇଛି ମେଣ୍ଢା ମୃତ୍ୟୁ । ବିଳାସୁଣି ପଂଚାୟତ ବଡବାଙ୍କିହାଟିରେ ଗୋଟିଏ ମେଣ୍ଢାର ମୃତ୍ୟୁ ହୋଇଛି । ଏହା ସହ ଦୁଇଟି ମେଣ୍ଢା ଗୁରୁତର ହୋଇଥିବା ସୂଚନା ମିଳିଛି । ସିସିଟିଭି, ଯନ୍ତା ଲାଗିଥିବା ସତ୍ୱେ ଅଜଣା ଜୀବର ଟେର ପାଉନି ବନବିଭାଗ ।

ଶିମିଳିପାଳର ୧୮ ଜଣିଆ ବନବିଭାଗ ଟିମ୍ ଅଜଣା ଜନ୍ତୁକୁ ଖୋଜିବା ଜାରି ରଖିଛନ୍ତି । ପୋଖରୀ ଗାଁ, ବିଳାସୁଣି, ବିରିମୁଣ୍ଡ, ବାହାରଣା, ଖୁଲିସ ଓ ନୂଆଗାଁରେ ଅଜଣା ଜନ୍ତୁର ସନ୍ଧାନ କରୁଛି ବନବିଭାଗ । ଏହା ସହ ଗ୍ରାମବାସୀଙ୍କୁ ସତର୍କ ମଧ୍ୟ କରାଇଛନ୍ତି ବନବିଭାଗ ଟିମ୍ ।