ଅସ୍ତରଙ୍ଗ ଦିନାଡିଆ ପୂର୍ବତନ ଡିଆଇ ଦିନବନ୍ଧୁ ମଳିକ ପରିବାରର ୪ ଜଣଙ୍କୁ ହତ୍ୟା ମାମଲା : ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲା ଅଦାଲତ

392

କନକ ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଦିନାଡିଆ ପୂର୍ବତନ ଡିଆଇ ଦିନବନ୍ଧୁ ମଳିକ ପରିବାରର ୪ ଜଣଙ୍କୁ ହତ୍ୟା ମାମଲାରେ ୩ ଜଣ ଦୋଷୀ ସାବ୍ୟସ୍ତ । ଏହି ମାମଲାରେ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି ନିମାପଡା ଅତିରିକ୍ତ ଦୌରା ଜଜ୍ । ଏହି ହତ୍ୟାକାଣ୍ଡର ତଦନ୍ତ କ୍ରାଇମ୍ବ୍ରାଂଚ କରୁଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି । ଆୟାଶା ବେଗମ୍, ହିମାଦ୍ରି ଦାସ, ଦିନବନ୍ଧୁଙ୍କ ସଡୁ ଫକୀରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।

 

୨୦୧୫ ସେପ୍ଟେମ୍ବର ୨୧ ତାରିଖରେ ଦିନବନ୍ଧୁ ମଳିକଙ୍କ ପରିବାରକୁ ମୁଳପୋଛ କରିଦିଆଯାଇଥିଲା । ଦିନବନ୍ଧୁ, ତାଙ୍କ ସ୍ତ୍ରୀ ନିର୍ମଳା ଓ ୨ ଝିଅ ପ୍ରଣତୀ ଓ ଶାସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାର ତଦନ୍ତ ଭାର ମୁଖ୍ୟମନ୍ତ୍ରୀ କ୍ରାଇମ୍ବ୍ରାଂଚକୁ ଦେଇଥିଲେ । ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଦିନବନ୍ଧୁଙ୍କ ଶଡୁ ଫକୀରଙ୍କୁ ପ୍ରଥମେ ଗିରଫ କରାଯାଇଥିଲା ।

ଏହାପରେ ଏହି ଘଟଣା ୨ ମାସ ପରେ କୋଲକାତାର ହିମାଦ୍ରି ଶେଖର ଓ ତାଙ୍କ ସ୍ତ୍ରୀ ଆୟେଶା ବେଗମ୍ଙ୍କୁ ଗିରଫ କରିଥିଲା କ୍ରାଇମ୍ବ୍ରାଂଚ । ଏମାନଙ୍କୁ ଆଜି କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଏବେ ଏମାନେ ନିମାପଡା ସବ୍ ଜେଲରେ ବନ୍ଦି ଜୀବନ ବିତାଉଛନ୍ତି ।