ମଧ୍ୟପ୍ରଦେଶର ଆଉ ଏକ ନିର୍ଭୟା ! ମନ୍ଦସୋରରେ ୮ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ ବର୍ବର ଅତ୍ୟାଚାର, ପୁଲିସ କବଜାରେ ୨ଅଭିଯୁକ୍ତ ।

25

ମଧ୍ୟପ୍ରଦେଶରେ ଆଉ ଏକ ନିର୍ଭୟା କାଣ୍ଡ । ଏହି ଖବର ଦେଶବ୍ୟାପି ଆଲୋଡନ ସୃ୍ଷ୍ଟି କରିଛି । ନିମଚ୍ ଜିଲ୍ଲା ଅନ୍ତର୍ଗତ ମନ୍ଦସୋରରେ ଜଣେ ୮ବର୍ଷର ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ ପରେ ବର୍ବର ଅତ୍ୟାଚାର କରାଯାଇଛି । ନାବାଳିକାଙ୍କ ତଂଟିଚିପି କାଟି ଓ ଗୁପ୍ତାଙ୍ଗରେ କାଠ ପୁରାଇ ହତ୍ୟା ଉଦ୍ୟମ କରାଯାଇଛି ।

ମନ୍ଦସୋରରେ ନାବାଳିକା ସହ ବର୍ବରତା ପରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ସାରା ରାଜ୍ୟରେ ଲୋକେ ପ୍ରତିବାଦ କରିବା ସହ ନ୍ୟାୟ ଦାବି କରିଛନ୍ତି । ୮ବର୍ଷିୟ ନାବାଳିକା ସହ ଗଣଦୁଷ୍କର୍ମ ପରେ ସାରା ରାଜ୍ୟରେ ଉତ୍ତେଜନା ଦେଖାଦେଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୋ÷ହ୍ୱାନ ଏହି ଘଟଣାରେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ପୁଲିସ କବଜାରେ ଥିବା ଯୁବକ ଜଣକ ହେଉଛି ଇରଫାନ । ଯେ ସେହି ନାବାଳିକା ସହ ବର୍ବରୋଚିତ କାଣ୍ଡ ଭିଆଇଥିବା ଅଭିଯୁକ୍ତ । ଏହାପରେ ଅନ୍ୟ ଅଭିଯୁକ୍ତକୁ ଆସିଫଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଅଭିଯୁକ୍ତଙ୍କୁ ଫାଶୀ ଦାବିରେ ୧୦ ହଜାରରୁ ଅଧିକ ଲୋକ ମନ୍ଦସୋର ପୁଲିସ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏବେ ପୀଡିତା ଶିଶୁ ଇନ୍ଦୋର ଏମୱାଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି ।

ଏହି ଘଟଣାରେ ସାରା ଦେଶରେ ଆଲୋଡନ ଦେଖାଦେଇଛି । ଅପରପକ୍ଷରେ ବିଜେପି ବିଧାୟକ ସୁଦର୍ଶନ ଗୁପ୍ତାଙ୍କ ମନ୍ତବ୍ୟକୁ ନେଇ କ୍ଷୋଭ ପ୍ରକାଶ ପାଇଛି । ବିଧାୟକ ଓ ସାଂସଦ ପୀଡିତାଙ୍କ ପରିବାରକୁ ଭେଟିବା ପାଇଁ ପହଂଚିଥିଲେ । ତେବେ ସାଂସଦ ନିଜେ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଥିବାରୁ ନାବାଳିକାଙ୍କ ବାପା, ମା, ସାଂସଦଙ୍କୁ ଧନ୍ୟବାଦ ଜଣାଇବା ଉଚିତ ବୋଲି କହିଥିଲେ ।

୨୬ତାରିଖ ଦିନ ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ଏହି ୮ବର୍ଷର କୁନି ଝିଅଟିକୁ କିଛି ସ୍ଥାନୀୟ ଯୁବକ ଚକୋଲେଟ୍ ଲୋଭ ଦେଖାଇ ସ୍କୁଲରୁ ନେଇଯାଇଥିଲେ । ନିକଟରେ ବନ୍ଦ୍ ପଡିଥିବା ଏକ ପ୍ଲାଂଟ ମଧ୍ୟରେ ସେମାନେ ନାବାଳିକାକୁ ଗଣଦୁଷ୍କର୍ମ କରିିଥିଲେ । ଏହାପରେ ଏହି ନରପିଶାଚମାନେ ଝିଅଟିର ଶରୀରର ଅନେକାଂଶକୁ କାମୁଡି କ୍ଷତାକ୍ତ କରିଦେଇଥିଲେ । ଏଭଳି ପୈଶାଚିକ କାଣ୍ଡ ଘଟାଇବା ପରେ ନିକଟସ୍ଥ ବୁଦାମୂଳେ ଝିଅଟିକୁ ଫୋପାଡି ଦେଇ ଚାଲି ଯାଇଥିଲେ । ଅତି ସଙ୍କଟାପର୍ଣ୍ଣ ଅବସ୍ଥାରେ କିଛି ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ ।