ନନ୍ଦନକାନନରେ ପୁଣି ଏକ ଆନାକୋଣ୍ଡାର ମୃତ୍ୟୁ। ଗତ ୩ ଦିନ ଭିତରେ ମଲେଣି ୨ଟି ସାପ। ଏବେ ଆଉ ୪ ଅସୁସ୍ଥ ଆନାକୋଣ୍ଡା ଚିକିତ୍ସାଧୀନ

ଅକ୍ଟୋବର ୨୨ରେ ନନ୍ଦନକାନନକୁ ଅଣାଯାଇଥିଲା ୮ଟି ଆନାକୋଣ୍ଡା

385

କନକ ବ୍ୟୁରୋ: ନନ୍ଦନକାନନରେ ଆଉ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ । ୩ ଦିନରେ ୨ଟି ଆନାକୋଣ୍ଡାର ମୃତ୍ୟୁ ହୋଇଛି । ତେବେ ଏହି ଆନାକୋଣ୍ଡାର କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଆନାକୋଣ୍ଡ ମୃତ୍ୟୁର କାରଣ ସଂପର୍କରେ ଅନୁଧ୍ୟାନ କରିବା ପାଇଁ ଚେନ୍ନାଇରୁ ଏକ ସ୍ୱତନ୍ତ୍ର ଟିମ ଆସୁଛନ୍ତି । ନନ୍ଦନକାନନ କର୍ତୃପକ୍ଷଙ୍କ କହିବା ହେଲା, ଗତ ମାସରେ ମାଡ୍ରାସର କ୍ରୋକୋଡାଇଲ ବ୍ୟାଙ୍କରୁ ଆସିଥିଲା ୮ଟି ଆନାକୋଣ୍ଡା । ଏହି ୮ଟି ଆନାକୋଣ୍ଡାରୁ ୨ଟିର ମୃତ୍ୟୁ ହୋଇଛି । ବାକି ୬ଟି ଆନାକୋଣ୍ଡା ଏବେ ନନ୍ଦନ କାନନରେ ଅଛନ୍ତି ।

ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ କେନ୍ଦ୍ର ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ୩ ଦିନ ଭିତରେ ୨ଟି ଆନାକୋଣ୍ଡାର ମୃତ୍ୟୁ ଘଟିଲାଣି । ତେବେ ଆନାକୋଣ୍ଡାର ମୃତ୍ୟୁର କାରଣର ଅସ୍ପଷ୍ଟ ରହିଛି । ଏହି ଆନାକୋଣ୍ଡାକୁ ଗତ ଅକ୍ଟୋବର ୨୨ରେ ତାମିଲନାଡୁର ଚେନ୍ନାଇସ୍ଥିତ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ଅଣାଯାଇଥିଲା। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ୮ଟି ଆନାକୋଣ୍ଡା ସାପ ଓ ୩ଟି ନୀଳ ନଦୀ କୁମ୍ଭୀର ନେଇ ଆସିଥିଲେ। ଏବେ ଜୀବୀତ ୬ଟି ଆନାକୋଣ୍ଡା ମଧ୍ୟରୁ ୪ଟି ଆନାକୋଣ୍ଡା ଅସୁସ୍ଥ ଥିବା ବେଳେ ସେମାନଙ୍କର ଚିକିତ୍ସା ଜାରି ରହିଛି ।