ଏକ ମିନିଟର ସିନ୍ ପାଇଁ ୩ବର୍ଷ ସୁଟିଂ ! ସୁପରହିଟ୍ ‘ସୋଲେ’ର ଏକ ଦୃଶ୍ୟକୁ ମନେ ପକାଇଲେ ବିଗ୍ ବି

93

sholey

ସୁପରହିଟ୍ ସିନେମା ‘ସୋଲେ’ । ହିନ୍ଦି ଫିଲ୍ମ ଜଗତର ଏକ ମାଇଲଷ୍ଟୋନ୍ । ଯାହାର ପ୍ରତ୍ୟେକ ଚିତ୍ର, ଚିରିତ୍ର ଓ ଡାଇଲଗ୍ ଆଜି ବି ଦର୍ଶକଙ୍କ ମୁହଁରେ । ଜୟ ଓ ବୀରୁ ପରି ନିବିଡ ବନ୍ଧୁତ୍ୱର ସଂପର୍କ ହେଉ ବା ଗବର୍ ସିଂ ପରି ଖଳନାୟକ । ପ୍ରତ୍ୟେକ ଚରିତ୍ରକୁ ଖୁବ୍ ସୁନ୍ଦର ଭାବରେ ଗଢି ତୋଳିଥିଲା ଏହି ସିନେମା । ତେବେ ଆପଣଙ୍କର ମନେ ଥିବ ଏହି ସିନେମାରେ ଏକ ଦୃଶ୍ୟ ଥିଲା ଯେଉଁଥିରେ ଜୟା ବଚ୍ଚନ ଘର ଅଗଣାରେ ଲଣ୍ଠନ ଜଳାଉଥିବା ବେଳେ ଅମିତାଭ୍ ମାଉଥ୍ ଅରଗାନ୍ ବଜାଉଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ୧ ମିନିଟର ଦୃଶ୍ୟକୁ ସୁଟିଂ କରିବା ପାଇଁ ୩ବର୍ଷ ଲାଗିଥିଲା ।

ଏ କଥାର ଖୁଲାସା କରିଛନ୍ତି ନିଜେ ବିଗ୍ ବି ଅମିତାଭ ବଚ୍ଚନ । ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ନିର୍ଦେଶକ ରମେଶ ସିପ୍ପି ନିଜ କାମକୁ ନେଇ ବେଶ୍ ଯତ୍ନବାନ୍ । ସେଥିପାଇଁ ସିନେମା ‘ସୋଲେ’ର ଏକ ଦୃଶ୍ୟ ସୁଟିଂ ପାଇଁ ତାଙ୍କୁ ୩ବର୍ଷ ଲାଗିଥିଲା । ଅମିତାଭଙ୍କ କହିବା ଅନୁଯାୟୀ , ସବୁଥର କିଛି ନା କିଛି ଏମିତି ହୋଇଥାଏ ଯାହା ଦ୍ୱାରା ଏହି ସିନଟି ଠିକ୍ ସୁଟିଂ ହୋଇପାରୁନଥାଏ । କାରଣ ଏହି ସିନ୍ ପାଇଁ ଯେପରି ଆଲୋକର ଆବଶ୍ୟକ ଥିଲା ତାହା ଠିକ୍ ଭାବରେ ମିଳୁପାରୁନଥିଲା ।

ସିନେମାର ଆବଶ୍ୟକ ଅନୁସାରେ ସୂର୍ଯ୍ୟାସ୍ତ ସହ ଉକ୍ତ ଦୃଶ୍ୟଟିକୁ ସୁଟିଂ କରିବାର ଥିଲା । କିନ୍ତୁ ପ୍ରତ୍ୟେକ ଥର ସୂର୍ଯ୍ୟାସ୍ତ ହୋଇଯାଉଥିଲା ହେଲେ ସୁଟିଂ ଠିକ୍ ଭାବରେ ହୋଇପାରୁନଥିଲା । ତେବେ ନିଜ କାମରେ ପକ୍କା ଥିବା ରମେଶ କହିଲେ ଯେ ପର୍ଯ୍ୟନ୍ତ ଠିକ୍ ଲାଇଟ୍ ନମିଳିବ ସେ ଯାଏଁ ସିନଟି ସୁଟିଂ ହେବ ନାହିଁ । ଆଉ ଏହି ଚକ୍କରରେ ସିନକୁ ସୁଟ୍ କରିବା ପାଇଁ ୩ବର୍ଷ ସମୟ ଲାଗିଥିଲା ।