ବରଫର ବାଦଶାହା ! ଯାହାର ପାଦ ଚିହ୍ନରେ ସୃଷ୍ଟି ହୁଏ ସୃଜନୀ କଳାକୃତି

46

simon-beck-snow-art9ହୁଏତ ଆଜି ପୂର୍ବରୁ ଆପଣ ସିମୋନ୍ ବେକଙ୍କ ନାଁ ଶୁଣି ନଥିବେ, କିନ୍ତୁ ଆଜି ପରଠାରୁ ତାଙ୍କ ନାଁ ଭୂଲି ପାରିବେନି । କାରଣ ସିମୋନଙ୍କୁ ବିଶ୍ୱ ଦରବାରରେ ପରିଚିତ କରାଇଛି ବରଫରେ ତିଆରି ତାଙ୍କର ଅବିଶ୍ୱସନୀୟ କଳାକୃତି । କେବଳ ବରଫରେ ଚାଲି ଚାଲି ସେ ତିଆରି କରନ୍ତି ନିଜର ଏହି ନିଆରା କଳାକୃତି । ଆଉ ନିଜ ପରିକଳ୍ପନାକୁ ରୂପ ଦେବା ପାଇଁ ସେ ଘଂଟା ଘଂଟା ଧରି ଚାଲନ୍ତି ବରଫରେ ।

ନିଜର ପ୍ରତ୍ୟେକ ଡିଜାଇନ୍ ପାଇଁ ସିମୋନ୍ ଗଣିତର ଫର୍ମୁଲା ବ୍ୟବହାର କରଥାନ୍ତି । ଆଉ ଏଥିପାଇଁ ସେ ଦୁଇ ଦିନ ସମୟ ନିଅନ୍ତି । ତେବେ ବରଫ ପଡି ସେ ତିଆରି କରିଥିବା ଚିତ୍ର ଯଦିଓ ଲିଭି ଯାଏ ତଥାପି ତା’ ପର ଦିନ ସେ ପୁଣି ବାହାରି ପଡନ୍ତି ନିଜର ଏହି ସ୍ୱପ୍ନର ଧାରାକୁ ଜାରି ରଖିବାପାଇଁ ।