ହୁସିଆର! ଆପଣଙ୍କ “ବସ’ ମାନସିକ ବିକାରଗ୍ରସ୍ତ ହୋଇଥାଇ ପାରନ୍ତି!

27

ପ୍ରତି ପାଂଚ ଜଣରେ ଜଣେ କର୍ପୋରେଟ୍ ମୁଖିଆ ମାନସିକ ବିକାରଗ୍ରସ୍ତ, ଏମିତି ଏକ ଚାଚଂଲ୍ୟକର ତଥ୍ୟ ଜଣାପଡିଛି ବଣ୍ଡ୍ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ । ମନସ୍ତତ୍ୱବିତ୍ ନାଥାନ୍ ବ୍ରୁକ୍ କରିଥିବା ବିଶ୍ଲେଷଣ ଅନୁସାରେ କର୍ପୋରେଟ୍ ଗୁଡିକ କେବଳ ଦକ୍ଷତା ଭିତ୍ତି ରେ ବଡବଡ ପଦବୀ ଲାଗି ନିଯୁକ୍ତି ଦେଉଛନ୍ତି, କିନ୍ତୁ ସେମାନଂକ ଭିତରୁ ପ୍ରାୟ ୨୧% ମାନସିକ ଭାବରେ ବିକାରଗ୍ରସ୍ତ । ସେମାନଂକ ଭିତରେ ସମ୍ବେଦନା,ଶୃଙ୍ଖଳା, ଓ ମନୋଯୋଗ ସହ କାମ କରିବାର ପ୍ରବଣତା ନଥାଏ ।

ହୁଏତ ମାନସିକ ଭାବରେ ଏକବାଗିଆ ହୋଇଥିବାରୁ, ଯେ କୌଣସି ଉପାୟରେ କାମ କରିନେବାର କୌଶଳ ସେମାନେ ଜାଣି ଥାଆନ୍ତି ଓ ଖାସ୍ ସେଥିଲାଗି କମ୍ପାନୀ ସେମାନଂକୁ ବଡ ପଦବୀରେ ଚାକିରୀ ଦେଇଥାଏ । ଏହା ଆଦୌ ଭଲ ଲକ୍ଷଣ ନୁହଁ ବୋଲି ବ୍ରୁକ୍ କହିଛନ୍ତି । ହଜାରେ ଜଣ କର୍ପୋରେଟ୍ ମୁଖିଆଂକ ମାନସିକ ବିଶ୍ଲେଷଣ ରୁ ୨୬୧ ଜଣ, ଅର୍ଥାତ୍ ୨୧ % ମୁଖିଆ ଏ ପ୍ରକାର ବିକାରଗ୍ରସ୍ତ ବୋଲି ଜଣା ପଡିଛି ।