ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣରେ ପଛରେ ରହିଥାଏ ମହାରଣା ପରିବାରର ଭୂମିକା, ଜାଣନ୍ତୁ ସେ ପରିବାର ସମ୍ପର୍କରେ…

54

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ କରି ନିଜର ବୃର୍ତ୍ତି ବଂଚ।ଇବା ସଙ୍ଗେ ସଙ୍ଗେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟ ରଖି ବର୍ଷ ବର୍ଷ ଧରି ବିଶ୍ୱକର୍ମା ପରିବାର କାର୍ୟ୍ୟ କରି ଚାଲିଛନ୍ତି । ଏହି ବିଶ୍ୱକର୍ମା ପରିବାର ମଧ୍ୟରୁ ପୁରୀ ଜିଲ୍ଲା ସାତଶଙ୍ଖ ଶିରିଆପୁରର ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ପରିବାର ଅନ୍ୟତମ । ମହାପ୍ରଭୁ ଶ୍ରୀ  ଜଗନ୍ନାଥଙ୍କ ଧର୍ମାଲମ୍ଵୀ ମାନେ ନିଜର ବଡ ଠାକୁର ମାନୁଥିବା ବେଳେ ମହାପ୍ରଭୁଙ୍କର ମୂର୍ତ୍ତି ନିର୍ମାଣକାର୍ୟ୍ୟକୁ ନିଜର କୈାଳିକ ବୃର୍ତ୍ତି ଭାବରେ ଗ୍ରହଣ କରିଛନ୍ତି ସାତଶଙ୍ଖ ଶିରିଆପୁରର ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ପରିବାର ।

ନିଜର ପୈତୃକ ଭିଟାମାଟି ସତ୍ୟବାଦୀର ଗଡ ବଳରାମପୁର ହୋଇଥିବା ବେଳେ ଦୀର୍ଘ ୪୦ ବର୍ଷ ହେବ ସ।ତଶଙ୍ଖ ଶିରିଆପୁରରେ ରହି ଏହି କାର୍ୟ୍ୟ କରିଆସୁଛନ୍ତି । ବୟସର ବାର୍ଦ୍ଧକ୍ୟ ରେ ପହଂଚିଥିଲେ ମଧ୍ୟ ନିଜର ପିଲା ମାନଙ୍କୁ ଏହି କାର୍ୟ୍ୟ କରିଵା ପାଇଁ ଅ।ଗ୍ରହ ଦେଖାଉଛନ୍ତି । ପିଲାଟି ବେଳୁ ଜଗନ୍ନାଥଙ୍କ ବିଗ୍ରହ ଗଢିବାରେ ଅହେତୁକ ଅ।ଗ୍ରହ ଥିବାରୁ ପିତା ସୂର୍ଗତ ନବଘନ ମହାରଣାଙ୍କ ଠାରୁ ଶିକ୍ଷାଲାଭ କରି ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ଗଢି ଚାଲିଥିଲେ । ଏବେ ଏହି କାର୍ୟ୍ୟ ପୂର୍ଣ୍ଣଚନ୍ଦ୍ରଙ୍କ ୩ ପୁଅ,ବୋହୁ ଓ ନାତି ମାନେ ଅ।ପଣେଇ ନେଇ ବିଗ୍ରହ କାର୍ୟ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ମୁଖ୍ୟତଃ ନିମ୍ବ କାଠରେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ କରାଯାଉଥିବା ବେଳେ ଘେ।ଡା, ସାରଥୀ,ପାର୍ଶ୍ଵ ଦେବାଦେବୀ, ଦଧିନଉତି ପ୍ରସ୍ତୁତ ଏଠାରେ କରାଯାଇଥାଏ । ଏହି କାର୍ୟ୍ୟକରି ଅ।ତ୍ମସନ୍ତୋଷ ମିଳିଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଓ ପରିବାରଲୋକ କହିଛନ୍ତି ।

ପ୍ରଥମେ ଲିମ୍ଵ କାଠକୁ ବିଭିନ୍ନ ମାପ ଅନୁଯାୟୀ କଟାଯାଇଥାଏ । ତା ପରେ ନିହାଣ ମୁଗୁର ସାହାର୍ୟ୍ୟରେ ଖୋଳି ରନ୍ଦା ମାରିବା ପରେ ବିଗ୍ରହ ତିଆରି ହୁଏ । ବିଗ୍ରହଙ୍କ ଶରୀର ରେ ତେନ୍ତୁଳି ଅଠା ଲେପନ ପରେ ସେଥିରେ କନା ଲଗାଯାଏ । ଖଡି ରଙ୍ଗକୁ ମାଟି ଚୁଲିରେ ରାନ୍ଧିବା ପରେ ସେହି ଖଡିକୁ ବିଗ୍ରହ ଙ୍କ ଦେହରେ ଲଗାଯାଇଥାଏ । ଏହାପରେ ବାଲି ଗୋରାଡା ପଥରରେ ମଠ।ଯାଏ । ଏହି କାର୍ୟ୍ୟ ସଂପୂର୍ଣ୍ଣ ହେବା ପରେ ବିଗ୍ରହ ମାନଙ୍କୁ ରଙ୍ଗ କରାଯାଇଥାଏ । ସେପଟେ କେବଳ ଅର୍ଥ ପାଇଁ ଏହି କୈାଳିକ ବୃର୍ତ୍ତିକୁ ଅ।ପଣେଇ ଛୁ ତାହା ନୁହେଁ ଜଗତ ରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ମୂଳ ଲକ୍ଷ୍ୟ ବୋଲି ପୂର୍ଣ୍ଣଚନ୍ଦ୍ରଙ୍କ ପୁଅ ମତ ପ୍ରକାଶ କରିଛନ୍ତି ।