ଗୋଟିଏ ଆଖି ଥିବା ଗାଈକୁ ଭଗବାନ ଭାବି ପୂଜା କଲେ ଲୋକେ, ଭିଡିଓ ହେଲା ଭାଇରାଲ

150

ଗୋଟିଏ ଆଖି ଥିବା ଗାଈର ବାଛୁରୀ କୁ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ପୂଜା କରାଯାଉଛି । ସ୍ଥାନୀୟ ଲୋକଙ୍କ ମାନିବା ଅନୁସାରେ, ଏହି ବାଛୁରୀ ଭଗବାନଙ୍କ ରୂପ, ଯାହା ତାଙ୍କ ଜିଲ୍ଲାରେ ଜନ୍ମ ହୋଇଛି । ସେଥିପାଇଁ ଏହି ଗାଈର ବାଛୁରୀକୁ ଲୋକ ଦିନରାତି ପୂଜା କରୁଛନ୍ତି । ଏହି ବାଛୁରୀର କେବଳ ଗୋଟିଏ ଆଖି ନୁହେଁ ବରଂ ତାର ଥୁଣ୍ଡି ବି ନାହିଁ । ଯେଉଁଥିପାଇଁ ଏହି ଗାଈର ଜିଭ ବାହାରକୁ ବାହାରିଛି ।

ଏହି ଗାଈର ମାଲିକଙ୍କ କହିବାନୁସାରେ, ଯେବବେଠାରୁ ବାଛୁରୀ ତାଙ୍କ ଘରେ ଜନ୍ମ ହୋଇଛି, ପ୍ରତିଦିନ ଲୋକଙ୍କ ଭିଡ ଏହାର ଦର୍ଶନ କରିବାକୁ ଆସୁଛନ୍ତି । ଲୋକ ଏହି ବାଛୁରୀକୁ ଭଗବାନଙ୍କ ଚମତ୍କାର କହୁଛନ୍ତି । ହେଲେ ଅସଲ କଥା ହେଉଛି, ଏହି ବାଛୁରୀକୁ ସାଇକ୍ଲୋପିୟା ଅଛି, ଯାହାକି ଏକ ବିରଳ ରୋଗ । ଏମିତି ରୋଗ କେବଳ ପଶୁଙ୍କ ଠାରେ ହିଁ ନୁହେଁ ବରଂ ମଣିଷଙ୍କ ଠାରେ ବି ହୋଇଥାଏ । ଏଥିରେ ମା’ର ଗର୍ଭରେ ଶିଶୁର ଆଖି ଓ ମୁହଁର କିଛି ଭାଗ ସଂପୂର୍ଣ୍ଣ ରୂପେ ବିକସିତ ହୋଇନଥାଏ । ଏହି ସ୍ଥିତି ସହିତ ଜନ୍ମ ହୋଇଥିବା ଶିଶୁ ଶ୍ୱାସ ନେବାରେ ଓ ମସ୍ତିଷ୍କ ସହିତ ଜଡିତ ସମସ୍ୟା ଥାଏ । ଏମିତି ଶିଶୁ ଅଧିକ ଦିନ ବଂଚିପାରନ୍ତି ନାହିଁ ।