ବର୍ଷ ବର୍ଷ ୫୦ ଗାଁର ଭାର ବୋହୁଛି ଦେଶୀ ଡଙ୍ଗା : କୋଲାବ ଜଳଭଣ୍ଡାରରେ ବିପଦ ସଂକୁଳ ଅବସ୍ଥାରେ ଦଦରା ଡଙ୍ଗାରେ ସାହାଯ୍ୟରେ ଲମତାପୁଟ ଆସୁଛନ୍ତି ୪ଟି ପଚାଂୟତର ଲୋକ

56

କନକ ବ୍ୟୁରୋ : ୫୦ଟି ଗାଁ ର ଭାର ବୋହୁଛି ଗୋଟିଏ ଦଦରା ଡ଼ଙ୍ଗା । ସିନ୍ଧିପୁଟ ଘାଟ ପାଲଟିଛି ବାଣିଜ୍ୟ କେନ୍ଦ୍ର । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଳା ଲମତାପୁଟ ବ୍ଳକ ସିନ୍ଧିପୁଟ ଘାଟରେ । ପ୍ରତିଦିନ ଶହଶହ ଲୋକଙ୍କ ଯାତାୟାତ ପାଇଁ ଏକ ମାତ୍ର ବିକଳ୍ପ ଦଦରା ନାଆ । ଦିନ ହେଉ କି ରାତି, ୪ ଟି ପଚାଂୟତର ଜୀବନ ସାଥି ପାଲଟିଛନ୍ତି ନାଉରିଆ ଗୋପି ।

କୋଲାବ ଜଳ ଭଣ୍ଡାର ପାଇଁ ବିଚ୍ଛିନ୍ନାଚଂଳ ହୋଇ ରହିଛନ୍ତି ଲମତା ପୁଟ ବ୍ଳକର ୪ଟି ପଚାଂୟତ ଟିକରପଡ଼ା, ବନମାଳିପୁଟ, ଉମ୍ବେଲ, ଓ କୁମାର ଗନ୍ଧଣା । ୩୦ ବର୍ଷ ହେଲା ୫୦ରୁ ଅଧିକ ଲୋକ ଅନ୍ୟକୁ ଜଳ ଦେଇ ଜଳ ବନ୍ଦୀ ଜୀବନ ବିତାଉଛନ୍ତି । ଆଉ ଏମାନଙ୍କ ଜୀବନ ଜୀବିକାର ପଥ ପାଲଟିଛି ଦଦରା ଡ଼ଙ୍ଗା । ଜୀବିକା ପାଇଁ ଲମତାପୁଟ ଭରସା କରୁଥିବା ବେଳେ ପୋଲଟିଏ ପାଇଁ ଅନେକ ଥର ଆନ୍ଦୋଳନ ହୋଇଛି । ହେଲେ ପ୍ରଶାସନକୁ କୌଣସି ଫରକ ପଡୁନଥିବା କହିଛନ୍ତି ବିଚ୍ଛିନ୍ନାଂଚଳବାସୀ ।

କୁଲି ଠାରୁ ଆରମ୍ବ କରି ମେଡ଼ିକାଲ, ବ୍ଳକ, ବଜାର, କଲେଜ ପାଠପଢା ସବୁ କିଛି ପାଇଁ ଲମତାପୁଟ ଉପରେ ଭରସା କରିବାକୁ ପଡ଼େ । ଆଉ ଲମତାପୁଟକୁ ସଡକ ପଥ ଦେଇ ଯିବାକୁ ହେଲେ ୭୦ କିଲୋମିଟର ରାସ୍ତା ବୁଲିବାକୁ ପଡୁଥିବା ବେଳେ ଜଳପଥରେ ମାତ୍ର ୪ କିଲୋମିଟର ଯିବାକୁ ପଡେ । ତେଣୁ ଲୋକ ଜଳପଥକୁ ଆଦରି ନେଇଛନ୍ତି ।