୩୪ ଦିନ ପରେ ମେଘାଳୟ କୋଇଲା ଖଣିରୁ ନୌସେନା ଠାବ କଲା ଶବ! ବାକି ୧୪ ଜଣଙ୍କୁ ଖୋଜିବାକୁ ଉଦ୍ଧାରକାର୍ଯ୍ୟ ଜାରି

136

ମେଘାଳୟ କୋଇଲା ଖଣିରୁ ୩୪ ଦିନ ପରେ ମିଳିଛି ପ୍ରଥମ ଶ୍ରମିକଙ୍କ ଶବ । ମେଘାଳୟ କୋଇଲା ଖଣିର ୨୦୦ ଫୁଟ ତଳେ ନୌସେନାର ରିମୋଟ୍ ଚାଳିତ ବୁଡ଼ାଯାନ ଗୋଟିଏ ଶବ ଠାବ କରିଛି। ଏବେ ମଧ୍ୟ ନିଖୋଜ ଥିବା ଅନ୍ୟ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ନୌସେନା ପକ୍ଷରୁୁ ରେସ୍କ୍ୟ ଅପରେସନ ଜାରି ରହିଛି । ମାସେ ତଳେ ସେ ଖଣି ମଧ୍ୟକୁ ହଠାତ୍ ପାଣି ପଶି ଯିବାରୁ ୧୫ ଜଣ ଶ୍ରମିକ ସେଥିରେ ଅଟକି ଯାଇ ଛନ୍ତି।

ସ୍ଥାନୀୟ ଶ୍ରମିକ, ଏନଡିଆରଏଫ୍ ଏବଂ ଭାରତୀୟ ନୌସେନା ରାଜ୍ୟ ବାହାରୁ ଉଡ଼ାଜାହାଜ ଯୋଗେ ମଗା ଯାଇଥିବା କେତେକ ଉପକରଣ ସହ ମଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇ ଆସୁ ଥିଲେ। ଗତ ଡିସେମ୍ବର ୧୩ ତାରିଖ ଦିନ ମେଘାଳୟର ପୂର୍ବ ଜୈନ୍ତିଆ ପାହାଡ଼ି ଜିଲ୍ଲା ଅନ୍ତର୍ଗତ କୁହଲୂ ରିୟାଙ୍ଗକ୍ସାନ୍ ଠାରେ ଏକ ବେଆଇନ୍ ଖଣିରେ ହଠାତ୍ ପାଣି ପଶିଯିବାରୁ ଭିତରକୁ ଯାଇଥିବା ଶ୍ରମିକମାନେ ଆଉ ବାହାରି ଆସି ପାରି ନ ଥିଲେ।

ଶ୍ରମିକ ମାନଙ୍କ ଉଦ୍ଧାରକାର୍ଯ୍ୟ ସନ୍ତୋଷଜନକ ନଥିବା ସୁପ୍ରିମକୋର୍ଟ ଗତ ସପ୍ତାହରେ ମେଘାଳୟ ସରକାରଙ୍କୁ କହିଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅପରେସନକୁ ଆହୁରି ତ୍ୱରାନିତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କାରଣ ଏହା ଶ୍ରମିକ ମାନଙ୍କ ଜୀବନ ଓ ମରଣର ପ୍ରଶ୍ନ ହୋଇଥିବାରୁ ରେସ୍କ୍ୟୁ ଅପରେସନକୁ ଜୋରଦାର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Comments are closed.