ବିବାଦୀୟ ଖେଳ ଜଲିକଟ୍ଟୁରେ ଅଘଟଣ : ଜଣେ ଦର୍ଶକଙ୍କ ମୃତ୍ୟୁ, ୪୦ରୁ ଅଧିକ ଆହତ

74

ତାମିଲନାଡୁରେ ୧୫ ଜାନୁୟାରୀରୁ ଆରମ୍ଭ ହୋଇଥିବା ପୋଙ୍ଗଲ ମହୋତ୍ସବ ସମୟରେ ରାଜ୍ୟର ଭିନ୍ନ ଭିନ୍ନ ଅଂଚଳରେ ଆୟାଜିତ ଜଲିକଟ୍ଟୁ ସମୟରେ ଜଣେ ଦର୍ଶକଙ୍କ ମୃତ୍ୟୁ ହୋଇଯାଇଛି । କୁହାଯାଉଛି କି ହୃଦଘାତରୁ ଦର୍ଶକଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଷଣ୍ଢଙ୍କୁ କାବୁ କରିବା ପାଇଁ ୪୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ।

ପୁଲିସ ଅନୁସାରେ, ଏହି ଘଟଣା ଅଲଙ୍ଗନଲ୍ଲୁର ଅଂଚଳର । ଏଠି ଭିଡଥିବା ଗାଁରେ ୪୫ ବର୍ଷୀୟ ଦର୍ଶକଙ୍କ ହୃଦଘାତ ଜନିତ ମୃତ୍ୟୁ ହୋଇଛି । ଷଣ୍ଢଙ୍କୁ କାବୁ କରିବା ଚେଷ୍ଟାରେ ୪୦ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଏହି ସମାରୋହରେ ମୋଟ୍ ୭୨୯ ଷଣ୍ଢଙ୍କୁ ବ୍ୟବହାର କରାଯାଇଥିଲା । ସମାରୋହକୁ ଦେଖିବା ପାଇଁ ବିଦେଶରୁ ମଧ୍ୟ ପର୍ଯ୍ୟଟକ ଆସିଥିଲେ । ପାଖାପାଖି ୧୫୦୦ ପୁଲିସ କର୍ମୀ ସତର୍କ ରହିଥିଲେ । ପ୍ରଥମ ଥର ଆୟୋଜନ ସ୍ଥଳରେ ଭାରତ-ତିବତ୍ ସୀମା ପୁଲିସର ଏକ ଟିମ୍ ବି ନିଯୁକ୍ତ କରାଯାଇଥିଲା ।

ତାମିଲନାଡୁର ମନ୍ତ୍ରୀ ଉଦୟକୁମାର ସମାରୋହର ଉଦଘାଟନ କରିଥିଲେ । ଷଣ୍ଢଙ୍କୁ କାବୁ କରୁଥିବା ଲୋକ ଓ ବିଜେତା ଷଣ୍ଢର ମାଲିକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ଦିଆଗଲା ।

Comments are closed.