ଜୟଲଳିତାଙ୍କ ବିୟୋଗରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର

13

କନକ ବ୍ୟୁରୋ : ଜୟଲଳିତାଙ୍କ ବିୟୋଗରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର । ଏହାସହ ଉତ୍ତରାଖଣ୍ଡ ,ବିହାର ଓ କର୍ଣ୍ଣାଟକରେ ମଧ୍ୟ ଦିନିକିଆ ଶୋକ ଘୋଷଣା ହୋଇଛି । ଆଜି ଅପରାହ୍ନରେ ମରିନା ବିଚରେ ହେବ ତାଙ୍କର ଅନ୍ତିମ ସଂସ୍କାର । ଜୟଲଳିତାଙ୍କ ଶେଷ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ତାଙ୍କ ଶେଷକୃତ୍ୟରେ ସାମିଲ ହେବାପାଇଁ  ନରେନ୍ଦ୍ର ମୋଦି ଦିଲ୍ଲୀରୁ ଚେନ୍ନାଇ ଆସିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଜୟଲଳିତାଙ୍କ ପରଲୋକରେ ଦେଶର ରାଜନୀତିର ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।