ଦେବଗଡ: କାନ୍ଥ ଭୁଷୁଡି ଜଣେ ମୃତ, ୪ ଗୁରୁତର

32

କନକ ବ୍ୟୁରୋ: ବିଜୟଦଶମୀରେ ଦେବଗଡରେ ଅଘଟଣ । କାନ୍ଥଭୁଷୁଡି ଯାଇଛି ଜଣକର ଜୀବନ । ରେଙ୍ଗାଲବେଢା ସେବାଧାମରେ ଘର କାନ୍ଥ ଭୁଷୁଡି ଜଣେ ପ୍ରାଣ ହରାଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଦେବଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଉ ୨ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ତେବେ କ୍ଷତିପୂରଣ ଦାବିରେ ଲୋକେ ଦେବଗଡ-ଅନୁଗୁଳ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।