ଖୁବଶୀଘ୍ର ମୋଦି ସରକାର ଆରମ୍ଭ କରିବେ ନୂଆ ସେବା । ଗୋଟିଏ କାର୍ଡରେ ଟ୍ରେନ କିମ୍ବା ବସରେ ପୂରା ଦେଶ ବୁଲିପାରିବେ ଯାତ୍ରୀ

37

ଦେଶର ବିଭିନ୍ନ ରାଜ୍ୟକୁ ଯିବାକୁ ଏଣିକି ବାରମ୍ବାର ଟିକେଟ କରିବାକୁ ପଡିବନି । ସେ ବସରେ ହେଉ ଅବା ଟ୍ରେନରେ । ମାତ୍ର ଗୋଟିଏ କାର୍ଡରେ ଦେଶର ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବେଶ ସହଜରେ ଯାତ୍ରା କରିପାରିବେ ଲୋକେ । ଏଥିପାଇଁ ଏକ ଦେଶ ଏକ କାର୍ଡ ନୀତି ଲାଗୁ କରିବାକୁ ଯୋଜନା କରିଛନ୍ତି ମୋଦି ସରକାର ।

ନୀତି ଆୟୋଗର ସିଇଓ ଅମିତାଭ କାନ୍ତଙ୍କ କହିବା ଅନୁଯାୟୀ, ଦେଶରେ ଖୁବଶୀଘ୍ର ଗୋଟିଏ ଦେଶ ଗୋଟିଏ କାର୍ଡ ନୀତି ଲାଗୁ କରାଯିବ । ଫ୍ୟୁଚର ମୋବିଲିଟି ସମିଟରେ ଏନେଇ ସୂଚନା ଦେଇଛନ୍ତି ଅମିତାଭ । ପ୍ରତି ଦେଶ ପାଇଁ ପରିବହନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଦେଶରେ ସାର୍ବଜନିକ ପରିବହନ ବ୍ୟବସ୍ଥା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଏବେ ସରକାର ଜୋରଦାର ଉଦ୍ୟମ ଚଳାଇଛନ୍ତି ।

ଅମିତାଭଙ୍କ ଅନୁଯାୟୀ, ଏହି ଯୋଜନାରେ କେବଳ ଗାଡି ଗୁଡିକ ଉପରେ ଫୋକସ କରାଯିବ ନାହିଁ ବରଂ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ । ପ୍ରଦୂଷଣ ମୁକ୍ତ ବାହନ ଗୁଡିକ ଦ୍ୱାରା ପରିବହନ ସେବାକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଦେଶର ଜିଡିପିର ୪ ପ୍ରତିିଶତ ଯୋଗଦାନ ଉନ୍ନତ ସଡକ ପରିବହନ ସେବା କ୍ଷେତ୍ରରୁ ମିଳିଥାଏ ।