ଅଳ୍ପ କିଛି ଟଙ୍କା ପାଇଁ ସଂଘର୍ଷ କରୁଥିଲେ ଏୟାରଟେଲ ମାଲିକ ସୁନୀଲ ଭାରତୀ ମିତ୍ତଲ ! ଆଜି କୋଟି କୋଟି ସମ୍ପତ୍ତିର ଅଧିକାରୀ

70

କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ଯୋଗୁଁ ଅସମ୍ଭବ ଲାଗୁଥିବା କାର୍ଯ୍ୟ ବି ସମ୍ଭବ ହୋଇପାରେ । ଆଜି ଆମେ ଯାହାକୁ ସଫଳ ବ୍ୟକ୍ତି କହୁଛୁ, ସେମାନେ ସଫଳତା ହାସଲ କରିବା ପାଇଁ କିଛି କମ୍ ପରିଶ୍ରମ କରିନାହାନ୍ତି । ବିନା ପରିଶ୍ରମରେ କାହାକୁ ସଫଳତା ହାସଲ ହୁଏନାହିଁ । ଆଜି ଆମେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରିବା । ସଫଳ କମ୍ପାନୀ ଏୟାରଟେଲର ମାଲିକ ସୁନୀଲ ଭାରତୀ ମିତ୍ତଲ ଆଜିକା ସମୟରେ ଦେଶର ବଡ଼ ବଡ଼ ଉଦ୍ୟୋଗପତିଙ୍କ ମଧ୍ୟରୁ ଜଣେ । ଦେଶ ବିଦେଶରେ ତାଙ୍କ କମ୍ପାନୀ ଏୟାରଟେଲ ଗ୍ରାହକଙ୍କୁ ସେବା ଯୋଗାଉଛି । ଆଜି ତାଙ୍କ ପାଖରେ ଧନ ସମ୍ମତ୍ତି ରେ କୌଣସି ଅସୁବିଧା ନାହିଁ । କିନ୍ତୁ ଏପରି ସମୟ ଥିଲା ମାତ୍ର ୫୦୦୦ ଟଙ୍କା ଯୋଗାଡ଼ କରିବା ପାଇଁ ସେ ସମର୍ଥ ନଥିଲେ । ନିକଟରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ନିଜର ସଫଳତା ପୂର୍ବରୁ ତାଙ୍କ ସଂଘର୍ଷର କାହାଣୀ ବଖାଣିଛନ୍ତି ।

ସୁନୀଲ ନିଜର ପ୍ରାରମ୍ଭିକ ଦିନର ଏକ ଘଟଣା ମନେ ପକାଇ ସେ ସ୍ମୃତି ବଖାଣିଥିଲେ । ସେ କହଛନ୍ତି ଆଜିଠାରୁ କିଛି ବର୍ଷ ପୂର୍ବରୁ ଚେକର ବ୍ୟବହାର ବହୁତ କମ ହେଉଥିଲା । ଏଥିପାଇଁ ଅକାଉଂଟରେ ଅଧିକ ଟଙ୍କା ରହୁନଥିଲା । ତାଙ୍କୁ ଥରେ ୫୦୦୦ ଟଙ୍କା ଦରକାର ପଡ଼ିଲା । ଆଉ ସେଥିପାଇଁ ସେ ହିରୋ ମୋଟୋକର୍ପର ପ୍ରତିଷ୍ଠାତା ବ୍ରିଜମୋହନ ଲାଲ ମୁଂଜାଲଙ୍କ ପାଖକୁ ଯାଇ ୫୦୦୦ ଟଙ୍କାର ଚେକ ଲେଖିବା ପାଇଁ କହିଥିଲେ । ବ୍ରିଜମୋହନ ଲାଲ କୌଣସି ପ୍ରଶ୍ନ ନକରି ତାଙ୍କୁ ତୁରନ୍ତ ଟଙ୍କା ଦେଇଦେଇଥିଲେ । ଆଉ ଉପଦେଶ ଦେଇଥିଲେ ଏହାକୁ ଅଭ୍ୟାସରେ ପରିଣଲ ନକରିବା ପାଇଁ । ଆଉ ତାଙ୍କର ଉପଦେଶକୁ ମନେ ରଖିଲେ ସୁନୀଲ ଏବଂ କଠିନ ପରିଶ୍ରମ ସହ କାମ ଆରମ୍ଭ କରିଥିଲେ । ଏବଂ ତା’ପର ଠାରୁ ସେ ଆଉ କେବେ ଟଙ୍କାର ଅଭାବ ଅନୁଭବ କରିନାହାନ୍ତି ବୋଲି ପ୍ରକାଶ କରିଛନ୍ତି ।

୧୯୮୦ ପରେ ସୁନୀଲ ଭାରତୀ ମିତ୍ତଲ ବ୍ୟବସାୟର ବଡ଼ ସାମ୍ରାଜ୍ୟ ଆରମ୍ଭ କରିଦେଇଥିଲେ । ୧୯୮୦ ପାଖାପାଖି ସରକାର ବିଦେଶକୁ ଆମଦାନୀ ହେଉଥିବା ପୋର୍ଟାବଲ ଜେନେରଟରକୁ ବ୍ୟାନ କରିଦେଇଥିିଲେ । ଆଉ ସେହି ସମୟରେ ମିତ୍ତଲ ଭାରତରେ ଜାପାନୀ କମ୍ପାନୀ ସୁୁଜୁକିର ପ୍ରଥମ ଡିଲର ତିଲେ । ଆମଦାନୀ ପାଇଁ ରୋକ ଲାଗିବା ପରେ ସୁନୀଲ ଟେଲିକମ ବ୍ୟବସାୟ ଆରମ୍ଭ କରିଥିଲେ । ତେବେ ବ୍ୟବସାୟର ସଂଭାବନା ଖୋଜିବା ପାଇଁ ସେ ସେହି ସମୟରେ ତାଇୱାନ ଯାଇଥିଲେ । ସେଠାରେ ସେ ପୁସ୍ ବଟନ ଫୋନ ଦେଖିଥିଲେ । ଆଉ ଦେଶକୁ ପରି ପୁସ ବଟନ ଫୋନର ବ୍ୟସାୟ ଆରମ୍ଭ କରିଥିଲେ । ଆଉ ଧୀରେ ଧୀରେ ତାଙ୍କ ବ୍ୟବସାୟ ସଫଳ ହେବାରେ ଲାଗିଲା । ଆଉ ଆଜି ସେ ଜଣେ ସଫଳ ଉଦ୍ୟୋଗପତି ।