ପୁଣି ଥରେ ଆଜାନକୁ ନେଇ ବିବାଦରେ ଲୋକପ୍ରିୟ ଗାୟକ ସୋନୁ ନିଗମ !

24

ବିବାଦ ଘେରରେ ଲୋକପ୍ରିୟ ଗାୟକ ସୋନୁ ନିଗମ । ପୁଣି ଥରେ ଆଜାନକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ସୋନୁ । ଭୋରରୁ ହେଉଥିବା ଆଜାନ୍ ପ୍ରାର୍ଥନାକୁ ନେଇ ସେ ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ଏକ ଭିଡିଓ ସେୟାର କରିଛନ୍ତି ।

ସୋନୁ ନିଗମଙ୍କ ଘର ନିକଟରେ ଥିବା ଏକ ମସଜିଦରୁ ଆସୁଥିବା ଆଜାନ୍ ପ୍ରାର୍ଥନାର ସ୍ୱରକୁ ଏଥିରେ ସେ ସ୍ଥାନ ଦେଇଛନ୍ତି । ଯାହା ଏବେ ପୁଣି ଏକ ନୂଆ ବିବାଦ ତିଆରି କରିଛି । ଧର୍ମ ନାଁରେ କୋଠରତା ଏବଂ ଗୁଣ୍ଡାଗର୍ଦି ବୋଲି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ପୂର୍ବରୁ ସେ ପ୍ରତିଦିନ ହେଉଥିବା ଧାର୍ମିକ ପ୍ରାର୍ଥନାକୁ ନେଇ ଏକ ଟ୍ୱିଟ୍ କରିଥିଲେ । ଯାହାକୁ ନେଇ ବେଶ ବିବାଦ ହୋଇଥିଲା । ଏପରିକି ତାଙ୍କୁ ଲଣ୍ଡା ହେବାକୁ ପଡ଼ିଥିଲା । ପଶ୍ଚିମବଙ୍ଗର ଜଣେ ମୈଲବୀ ତାଙ୍କ ନାଁରେ ଫତ୍ୱା ଜାରି କରିଥିଲେ ।