ନିର୍ମାତା ଓ ନିର୍ଦ୍ଦେଶଙ୍କ ଭିତରେ ଥିବା ବିବାଦ ତୁଟିଲା ! ପୁଣି ଥରେ ଆରମ୍ଭ ହେବ କେଦାରନାଥ ସିନେମାର ସୁଟିଂ

25

ଏବେ ପୁଣି ଖବର ମିଳିଛି ଯେ ‘ କେଦାରନାଥ’ର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ଅର୍ଥାତ୍ ଏହାର ନିର୍ମାତା ଏବଂ ନିର୍ଦ୍ଦେଶଙ୍କ ଭିତରେ ଥିବା ବିବାଦ ତୁଟି ଯାଇଛି। ଏହାକୁ ନେଇ ନିଜେ ନିର୍ଦ୍ଦେଶକ ଅଭିଷେକ କପୁର ସୂଚନା ଦେଇଛନ୍ତି । ଏହା ସୈଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନଙ୍କ ଡେବ୍ୟୁ ସିନେମା ହୋଇଥିବା ହେତୁ ବେଶ ଚର୍ଚ୍ଚାରେ ରହିଛି । ସାରାଙ୍କ ସହ ଦେଖିବାକୁ ମିଳିବେ ସୁଶାନ୍ତ ସିଂ ରାଜପୁତ । ଏହି ଯୋଡିକୁ ନେଇ ଦର୍ଶକ ଖୁବ୍ ଉତ୍ସାହିତ ।

ଅଭିଷେକ କପୁର ଏବଂ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା ଫିଲ୍ମର ସୁଟିଂ ଅଚାନକ ବନ୍ଦ କରି ଦିଆଯାଇଥିବାରୁ ସାରା ଅଲି ଖାନଙ୍କ ମା ଅମୃତା ସିଂ ଅତ୍ୟନ୍ତ ବ୍ୟସ୍ତ ହୋଇ ପଡିଥିଲେ ବୋଲି କିଛି ଦିନ ତଳେ ଖବର ଆସିଥିଲା । ତେବେ ସୈଫ ମଧ୍ୟ ଅଭିଷେକଙ୍କ ଉପରେ ରାଗିଥିବା ଶୁଣିବାକୁ ମିଳିଥିଲା । ଖୁବ୍ ଖୀଘ୍ର ଏହାର ନୂଆ ସିଡ୍ୟୁଲର ସୁଟିଂ ଆରମ୍ଭ ହେବ। ଯାହା ଜଣାପଡ଼ୁଛି ବିବାଦର ଆପୋଷ ସମାଧାନ ହୋଇଯାଇଛି।