ପୁଣି ୧୦ ଟଙ୍କିଆ କଏନ ଅଚଳ ନେଇ ଗୁଜବ : ନବରଂଗପୁର ଜିଲ୍ଲାରେ ଦୋକାନୀ ୧୦ ଟଙ୍କିଆ କଏନ ନେବାକୁ ନାରାଜ

35

କନକ ବ୍ୟୁରୋ : ପୁଣି ୧୦ ଟଙ୍କିଆ କଏନ ଅଚଳ ନେଇ ଗୁଜବ । ନବରଂଗପୁର ଜିଲ୍ଲାରେ ଏ ନେଇ ଜୋରଦାର ଗୁଜବ ଉଠିଛି । ଫଳରେ କୌଣସି ଦୋକାନୀ ୧୦ ଟଙ୍କିଆ କଏନ ନେବାକୁ ନାରାଜ । ସମସ୍ତଙ୍କ ମୁହଁରେ ସେହି ଗୋଟିଏ ଗୁଜବ, ପୁରୁଣା ୫୦୦ ଓ ହଜାରେ ଟଙ୍କିଆ ଭଳି ୧୦ ଟଙ୍କିଆ କଏନ ମଧ୍ୟ ଚଳୁ ହୋଇନାହିଁ । ଏହାକୁ ନେଇ ଗ୍ରାହକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ପୂର୍ବରୁ ଏହି ଗୁଜବକୁ ଧ୍ୟାନ ନଦେବାକୁ ଆରବିଆଇ ପକ୍ଷରୁ କୁହାଯାଇଥିଲା । ବଜାରରେ ଉପଲବ୍ଧ ସବୁ ପ୍ରକାର ୧୦ ଟଙ୍କିଆ କଏନ ବୈଧ ବୋଲିି ମଧ୍ୟ କହିଥିଲା ଆରବିଆଇ । ଏହା ଅଚଳ ହୋଇନାହିଁ କିମ୍ବା ଏହି କଏନର କୌଣସି ନକଲି ବଜାରରେ ନାହିଁ ବୋଲି ସ୍ପଷ୍ଟ କରିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍ । ତେବେ ନବରଂଗପୁରର ସ୍ଥାନୀୟ ବ୍ୟାଙ୍କ ଅଧିକାରୀ ଏ ନେଇ ମୁହଁ ଖୋଲୁ ନଥିବାରୁ ଏହି ଗୁଜବ ପ୍ରଚାର ହେବାରେ ଲାଗିଛି ।

ଦେଖନ୍ତୁ ଏହିି ଭିଡିଓ :